ଅମୃତସର: ଡିସେମ୍ବର ୦୩: ପଞ୍ଜାବ ପ୍ରଦେଶରେ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଶାସନରେ ଥିବା କଂଗ୍ରେସ ଜଣେ ନୂଆ ଲୋକପ୍ରିୟ ପଞ୍ଜାବୀ ଗାୟକ ତଥା ରାପର୍ଙ୍କୁ ନିଜ ଦଳରେ ସାମିଲ କରାଇଛି । ସେ ହେଉଛନ୍ତି ସିଦ୍ଧୁ ମୋସେୱାଲା । କଂଗ୍ରେସ ଦଳ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଗାୟକ ସିଦ୍ଧୁଙ୍କୁ ଦଳରେ ସାମିଲ କରାଯାଇଛି । ସେହି କାର୍ଯ୍ୟକ୍ରମରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନି ଏବଂ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ଯୋଗଦେଇ ତାଙ୍କୁ ସ୍ୱାଗତ କରିଛନ୍ତି । ତେବେ ଗାୟକ ସିଦ୍ଧୁ ତାଙ୍କ ଜନ୍ମିତ ସ୍ଥାନ ମନସାରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଖବର ମିଳିଛି ।
Welcome to the fold champ @iSidhuMooseWala SIDHU square ek aur ek Giaran opposition 9/2/11 pic.twitter.com/kbWMAKDCgk
— Navjot Singh Sidhu (@sherryontopp) December 3, 2021
ସୂଚନା ଥାଉଯେ, ୨୮ ବର୍ଷୀୟ ସିଦ୍ଧୁ ମୋସେୱାଲା ନିଜ ସଙ୍ଗୀତ ଓ ରାପ୍ ଭିଡିଓ ଜରିଆରେ ବନ୍ଧୁକ ତଥା ହିଂସାକୁ ଯଥାର୍ଥ ବୋଲି ଦର୍ଶାଇଥାନ୍ତି । ଏହି କାରଣରୁ ତାଙ୍କ ନାମରେ ଅନେକ ମାମଲା ମଧ୍ୟ ରହିଛି । ତେବେ ତାଙ୍କୁ ବିବାଦୀୟ ଗାୟକ ଭାବେ ଅଭିହିତ କରାଯାଏ । ତଥାପି ସେ ପଞ୍ଜାବର ଜଣେ ଲୋକପ୍ରିୟ ରାପର୍ ।
ଏ ନେଇ ନବଜୋତ କହିଛନ୍ତି , ସିଦ୍ଧୁଙ୍କ ମାମଲା ବିଚାରଧୀନ ରହିଛି । ଏ ସମ୍ପର୍କରେ କାହିଁକି ପ୍ରଶ୍ନ କରୁଛନ୍ତି? ପଞ୍ଜାବର ଲୋକମାନେ ତାଙ୍କର ବିଚାର କରିବେ । ମିଡିଆ ବିଚାର କରିବାର ଆବଶ୍ୟକ ନାହିଁ ।
ସେହିପରି ମୁଖ୍ୟମନ୍ତ୍ରୀ ଚନି କହିଛନ୍ତି, ମୋସେୱାଲା ସମସ୍ତଙ୍କ ହୃଦୟକୁ ଜିତି ପାରିଛନ୍ତି । ସେ ଜଣେ ଚାଷୀଙ୍କ ପୁଅ ଓ ତାଙ୍କ ବାପା ମଧ୍ୟ ଭାରତୀୟ ସେନାରେ କାମ କରିସାରିଛନ୍ତି । ସେ କଂଗ୍ରେସ ଦଳକୁ ଗର୍ବିତ କରିବେ ବୋଲି ଆମର ଆଶା । କଂଗ୍ରେସ ପକ୍ଷରୁ ମୁଁ ତାଙ୍କୁ ଦଳକୁ ସ୍ୱାଗତ କରୁଛି ।

Comments are closed.