ଆସିଲା ପିକ୍‌ନିକ୍‌ ଋତୁ: ହୀରାକୁଦ ଜଳଭଣ୍ଡାର ପାଶ୍ୱର୍ରେ ଜଳକ୍ରୀଡ଼ା ଏବଂ ଲାଗିରହିଛି ପର୍ଯ୍ୟଟକଙ୍କ ଭିଡ଼

ସମ୍ବଲପୁର/ବୁର୍ଲା : ଏବେ ଶୀତ ଧୀରେ ଧୀରେ ବଢ଼ି ଚାଲିଥିବା ବେଳେ ସମ୍ବଲପୁର ସହର ଓ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପ୍ରାକୃତିକ ସ୍ଥାନମାନଙ୍କରେ ବଣଭୋଜି ପାଇଁ ଲୋକଙ୍କ ସମାଗମ ଲାଗିରହିଛି । ସମ୍ବଲପୁରକୁ ଆସୁଥିବା ଓ ଏହି ରାସ୍ତା ଦେଇ ଯାଉଥିବା ରାଜ୍ୟ ଓ ରାଜ୍ୟବାହାରର ହଜାର ହଜାର ତୀର୍ଥଯାତ୍ରୀ ଦର୍ଶନ ପାଇ ମାଆ ସମ୍ବଲେଶ୍ୱରୀ ଦେବୀଙ୍କ ମନ୍ଦିରକୁ ଆସୁଛନ୍ତି । ବୁର୍ଲା ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମ ଓ ସାଇନ୍ସ ପାର୍କରେ ନାହିଁ ନ ଥିବା ଜନସମାଗମ ଦେଖିବାକୁ ମିଳିଛି ।
ଆସିଲା ପିକ୍‌ନିକ୍‌ ଋତୁ: ହୀରାକୁଦ ଜଳଭଣ୍ଡାର ପାଶ୍ୱର୍ରେ ଜଳକ୍ରୀଡ଼ା ଏବଂ ଲାଗିରହିଛି ପର୍ଯ୍ୟଟକଙ୍କ ଭିଡ଼
ତେବେ କୋଭିଡ଼ ସଂକ୍ରମଣ ମାତ୍ରା ପଶ୍ଚିମ ଓଡ଼ିଶାରେ ହ ୍ରାସ ପାଇବା ପରେ ଜିଲ୍ଲାର ପ୍ରାକୃତିକ ଓ ଦର୍ଶନୀୟ ସ୍ଥାନମାନଙ୍କରେ ଜିଲ୍ଲା ଏପରିକି ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକଙ୍କ ଆଗମନ ଯୋଗୁଁ ବହୁ ମାସ ଧରି ଶୂନଶାନ୍‌ ଥିବା ସ୍ଥାନଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି । ଜିଲ୍ଲାର ଚିପିଲିମା ମହାନଦୀ କୂଳ, ହୀରାକୁଦ ଡ୍ୟାମର ରାଇଟ ଡାଇକ୍‌, ଜିରୋ ପଏଣ୍ଟ, ଡେବ୍ରୀଗଡ଼ ଅଭୟାରଣ୍ୟ ଏବଂ ଲେଫଫ ଡାଇକର ଜମାଦାରପାଲି, ପିତାପାଲି, ସପ୍ନେ ପ୍ରଭୃତି ନଦୀକୂଳିଆ ଅଞ୍ଚଳ ଏହି ପିକନିକ୍‌ ସ୍ପଟ ଭାବରେ ପ୍ରସିଦ୍ଧ ।
ଆସିଲା ପିକ୍‌ନିକ୍‌ ଋତୁ: ହୀରାକୁଦ ଜଳଭଣ୍ଡାର ପାଶ୍ୱର୍ରେ ଜଳକ୍ରୀଡ଼ା ଏବଂ ଲାଗିରହିଛି ପର୍ଯ୍ୟଟକଙ୍କ ଭିଡ଼

ପଶ୍ଚିମ ଓଡ଼ିଶାର ଦୀର୍ଘତମ ଇବ୍‌ ସେତୁର ଉଭୟ ପାଶ୍ୱର୍ରେ ମଧ୍ୟ ଦର୍ଶନାର୍ଥୀଙ୍କ ଭଲ ଭିଡ଼ ଜମୁଛି । ବିଶେଷକରି ହୀରାକୁଦ ବନ୍ଧରେ ଜଳମଗ୍ନ ହୋଇଥିବା ପୂର୍ବପୁରୁଷଙ୍କ ଅବଶେଷ ଦେଖିବା ପାଇଁ ମଧ୍ୟ ଦର୍ଶନାର୍ଥୀମାନେ ଇବ୍‌ ନଦୀ ପାଖ ସପ୍ନେକୁ ଆସୁଛନ୍ତି । ଏହି ସେତୁଉପରୁ ହୀରାକୁଦ ଜଳରେ ରହିଥିବା ଗାଁ ଓ ଜନବସତି ସ୍ୱଚ୍ଛ ପାଣିରେ ଦୃଶ୍ୟମାନ ହୋଇଥାଏ । ହୀରାକୁଦ ଜଳଭଣ୍ଡାରରେ ନୌବିହାର ପାଇଁ ଜଳକ୍ରୀଡ଼ା ପଶ୍ଚିମ ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ି ହୋଇଥିଲା । ହାତପାହାନ୍ତାରେ ପର୍ଯ୍ୟଟକ ତଥା ପଶ୍ଚିମ ଓଡ଼ିଶା ଏହି ଜଳକ୍ରୀଡ଼ା ମଜା ଉଠାଇ ପାରୁଛନ୍ତି । ହୀରାକୁଦ ଜଳଭଣ୍ଡାରର ରାଇଟ ଡ଼ାଇକ ବୁର୍ଲା ପଟେ ଝାକରାଣୀ ମନ୍ଦିର ଅନତି ଦୂରତାରେ ଜଳକ୍ରୀଡ଼ା ବ୍ୟବସ୍ତା ହୋଇଛି ।

ଆସିଲା ପିକ୍‌ନିକ୍‌ ଋତୁ: ହୀରାକୁଦ ଜଳଭଣ୍ଡାର ପାଶ୍ୱର୍ରେ ଜଳକ୍ରୀଡ଼ା ଏବଂ ଲାଗିରହିଛି ପର୍ଯ୍ୟଟକଙ୍କ ଭିଡ଼
ବୁର୍ଲା ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମ ଓ ସାଇନ୍ସ ପାର୍କ

ତେବେ ନୌବିହାର ସାଙ୍ଗକୁ ଏହି ଜଳକ୍ରୀଡ଼ାରେ ପାରାସେଲିଙ୍ଗ ବା ଆକାଶଛତାରେ ପାଣି ଉପରେ ବୋଟ ସହିତ ସଂଲଗ୍ନ ରହି ଉଡ଼ିବା ପରି ନିଆରା ବ୍ୟବସ୍ଥା ଆରମ୍ଭ ହେବା ପରେ ପର୍ଯ୍ୟଟକଙ୍କ ମାତ୍ରାରେ ଅନେକ ଅଭିବୃଦ୍ଧି ହୋଇଛି । ନୌବିହାର ସହିତ ପାଣି ଉପରେ ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରେ ଉଡ଼ିବାର ମଜା ନେଉଛନ୍ତି ପର୍ଯ୍ୟଟକ ।
ଆସିଲା ପିକ୍‌ନିକ୍‌ ଋତୁ: ହୀରାକୁଦ ଜଳଭଣ୍ଡାର ପାଶ୍ୱର୍ରେ ଜଳକ୍ରୀଡ଼ା ଏବଂ ଲାଗିରହିଛି ପର୍ଯ୍ୟଟକଙ୍କ ଭିଡ଼
ଜଳକ୍ରୀଡ଼ା ବ୍ୟବସ୍ତାରେ ପର୍ଯ୍ୟଟକ ହୀରାକୁଦ ଜଳଭଣ୍ଡାରର ନିଳ ଜଳରାଶିର ଆନନ୍ଦ ଉଠାଇବା ପାଇଁ ନୌକାବିହାର, ଜେଟ ସ୍କି, ୱାଟର ସ୍କୁଟର, ବନାନା ବୋଟ, ବମ୍ପର ବୋଟ, ସ୍ପିଡ଼ ବୋଟ, ପାଡ଼ାଲ ବୋଟ, କାୟାକ ବୋଟ ଏବଂ ଫେମଲି ବୋଟ ଆଦିର ବ୍ୟବସ୍ଥା ପୁର୍ବରୁ ରହିଛି । ସେହିଭଳି ସମ୍ବଲପୁର ସହରର ବୁର୍ଲା ପାଖରେ ଥିବା ପାୱାର ଚ୍ୟାନେଲର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ସେହିଭଳି କୁଚିଣ୍ଡାର ଗୁଦଗୁଦା ଜଳପ୍ରପାତ, ଜମନକିରାର ବଡ଼ରମା ପ୍ରଭୃତି ସ୍ଥାନ ମଧ୍ୟ ବଣଭୋଜି ପାଇଁ ଆକର୍ଷଣର ସ୍ଥଳ ପାଲଟିଛି ।
ଆସିଲା ପିକ୍‌ନିକ୍‌ ଋତୁ: ହୀରାକୁଦ ଜଳଭଣ୍ଡାର ପାଶ୍ୱର୍ରେ ଜଳକ୍ରୀଡ଼ା ଏବଂ ଲାଗିରହିଛି ପର୍ଯ୍ୟଟକଙ୍କ ଭିଡ଼
ବୁର୍ଲା ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମ ଓ ସାଇନ୍ସ ପାର୍କ

ସମ୍ବଲପୁର ସହର ମହାନଦୀ ଅପରପାର୍ଶ୍ୱରେ ମଧ୍ୟ ବିଶେଷ କରି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ବଣଭୋଜି ପାଇଁ ପହଞ୍ଚୁଛନ୍ତି । ଏବେ ମହାନଦୀର ଦ୍ୱିତୀୟ ସେତୁ କାର୍ଯ୍ୟକ୍ଷମ ହୋଇଛି । ଫଳରେ ଏହା ଉପର ଦେଇ ଲୋକେ ଅପରପାଶ୍ୱର ଚାଉଁରପୁର, ମୁଣ୍ଡୋଘାଟ ପ୍ରଭୃତି ସ୍ଥାନକୁ ଯିବାଆସିବା ସହଜ ହୋଇଛି । ହେଲେ ଏବେ ପିକ୍‌ନିକ ଋତୁ ଆରମ୍ଭ ସମୟରେ କମ୍‌ ସଂଖ୍ୟକ ବଣଭୋଜିକାରୀ ଆସୁଥିବା ବେଳେ ଆଗକୁ ଏମାନଙ୍କ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି ।
ଆସିଲା ପିକ୍‌ନିକ୍‌ ଋତୁ: ହୀରାକୁଦ ଜଳଭଣ୍ଡାର ପାଶ୍ୱର୍ରେ ଜଳକ୍ରୀଡ଼ା ଏବଂ ଲାଗିରହିଛି ପର୍ଯ୍ୟଟକଙ୍କ ଭିଡ଼
ପିକନିକ୍‌ ଋତୁକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ପେଟ୍ରୋଲିଂକୁ ବ୍ୟାପକ କରାଯାଇଥିବା ଜଣାପଡ଼ିଛି । ତେବେ ହଜାର ହଜାର ପର୍ଯ୍ୟଟକ ଆସୁଥିବା ଅନ୍ୟ ପ୍ରାକୃତିକ ସ୍ଥଳ ମାନଙ୍କରେ ମଧ୍ୟ ପର୍ଯ୍ୟଟନ ଭିତିଭୂମିର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହେଉଛି । ଏହା ସହିତ ବନ୍ଧାଞ୍ଚଳରେ ପର୍ଯ୍ୟଟକମାନଙ୍କ ପାଇଁ ଉକୃଷ୍ଟ ଶୌଚାଳୟ ବ୍ୟବସ୍ଥା ହୋଇ ନ ଥିବା ଫଳରେ ଏହାକୁ ନେଇ ହୀରାକୁଦ ପର୍ଯ୍ୟାଟନ କ୍ଷେତ୍ରର ଚିତ୍ରକୁ ମଳିନ କଲା ସଦୃଶ ହେଉଛି । ଏହାପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟିଦେବା ପାଇଁ ଦାବୀ ହେଉଛି ।

Launching Ceremony of “AYUSHMAN BHARAT

Comments are closed.