କେଦାରନାଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ବିରୋଧ

ଉତ୍ତରାଖଣ୍ଡ: ଭଭେମ୍ବର ୦୩: ନଭେମ୍ବର ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଦାରନାଥ ଗସ୍ତକୁ ଜୋରଦାର ବିରୋଧ କରିଛନ୍ତି ସେବାୟତମାନେ । ଏହି ସମୟରେ ସେବାୟତମାନଙ୍କୁ ଶାନ୍ତ କରିବାକୁ ଏବେ କେଦାରନାଥରେ ପହଞ୍ଚିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ସେଠାରେ ସେବାୟତଙ୍କ ସହିତ ମିଶି ଏକ ଆଲୋଚନା ବୈଠକ କରିଛନ୍ତି । ତେବେ ଅନେକ ସମୟ ଧରି ମୁଖ୍ୟମନ୍ତ୍ରୀ ସେବାୟତଙ୍କ ସହ ଆଲୋଚନା କରିଥିବା ସୂଚନା ରହିଛି । ଏହାସହ ପ୍ରଧାମନ୍ତ୍ରୀଙ୍କ ଗସ୍ତ ପାଇଁ ମୁଖ୍ୟମନ୍ତ୍ରୀ ଧାମୀ ଅନ୍ୟ ଏକ ସମୀକ୍ଷା ବୈଠକ ମଧ୍ୟ କରିଛନ୍ତି ।
ସୂଚନା ଥାଉଯେ, ଦୁଇ ଦିନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଓ କ୍ୟାବିନେଟ ମନ୍ତ୍ରୀ ଧନ ସିଂ ରାୱତଙ୍କ ସମେତ ବିଜେପିର ପ୍ରଦେଶ ଅଧ୍ୟକ୍ଷ କେଦାରନାଥ ଦର୍ଶନ ନିମନ୍ତେ ବାହାରିଥିଲେ । ସେହି ସମୟରେ ସେବାୟତମାନେ ମିଶି ସେମାନଙ୍କୁ ବିରୋଧ କରିଥିଲେ । ଏମିତି କି ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ସେବାୟତମାନେ ଦର୍ଶନ କରିବାକୁ ବି ଦେଇ ନଥିଲେ ।

Govt

Comments are closed.