ଆଲୋକର ପର୍ବ ଦୀପାବଳିରେ କେବଳ ଘରକୁ ସଜାନ୍ତୁ ନାହିଁ ଆପଣ ମଧ୍ୟ ନିଜେ ସଜେଇ ହୁଅନ୍ତୁ । ଏହି ଫେଷ୍ଟିଭ୍ ସିଜିନ୍ରେ ଆକର୍ଷଣୀୟ ଲୁକ୍ ପାଇବାକୁ ଚାହୁଁଥିଲେ ପାରମ୍ପରିକ ପୋଷାକକୁ ଭିନ୍ନ ଷ୍ଟାଇଲରେ ପିନ୍ଧନ୍ତୁ । ଏଥିନିକ୍ ହେଉ କି ମର୍ଡନ ଆପଣଙ୍କ ଫ୍ୟାଶନେବୁଲ ଲୁକ୍କୁ ସମସ୍ତେ ପସନ୍ଦ କରିବେ ।
କ୍ରପ୍ ଟପ୍ ସହ ପ୍ଲାଜୋ
କ୍ରପ୍ଟପ୍ ଦେଖିବାକୁ ଯେତିକି ସୁନ୍ଦର ସେତିକି ପିନ୍ଧିବାକୁ ମଧ୍ୟ ଆରାମଦାୟକ । ତେଣୁ ମର୍ଡନ-ଏଥିନିକ୍ ଲୁକ୍ ଚାହୁଁଥିଲେ କ୍ରପ୍ ଟପ୍ ସହ ପ୍ଲାଜୋ ପିନ୍ଧନ୍ତୁ । ଏହାସହ ପେୟାର ଅପ୍ କରନ୍ତୁ ଏଥିନିକ୍ ଜ୍ୟାକେଟ୍ ଏବଂ ଷ୍ଟଡ୍ ଇୟର୍ ରିଙ୍ଗ୍ସ୍ । ଦେଖିବେ ଆପଣ ସମସ୍ତଙ୍କଠୁ ଭିନ୍ନ ଦେଖାଯିବେ ।
ଇଣ୍ଡୋ-େୱଷ୍ଟର୍ନ ଜମ୍ପସୁଟ୍
ଆଜିକାଲିର ଯୁବତୀମାନଙ୍କ ମଧ୍ୟରେ ଇଣ୍ଡୋ-େୱଷ୍ଟର୍ନ ଜମ୍ପସୁଟ୍ର କ୍ରେଜ୍ ବଢ଼ିବାରେ ଲାଗିଛି । ଦୀପାବଳିରେ ନିଜକୁ ହଟ୍କେ ଦେଖିବାକୁ ଚାହୁଁଥିଲେ ନିଜର ଷ୍ଟାଇଲରେ କିଛି ଏକ୍ସପେରିମେଣ୍ଟ୍ କରନ୍ତୁ । ହେଭି ୱାର୍କର ଜମ୍ପସୁଟ୍ରେ ମ୍ୟାଚିଂ ସ୍ୟାଣ୍ଡେଲ୍ ପିନ୍ଧିଲେ ଗ୍ରେସ୍ଫୁଲ୍ ଲୁକ୍ ପାଇବେ ।
ଧୋତି ଷ୍ଟାଇଲ୍ ସହ କ୍ରପ୍ ଟପ୍
ଟ୍ରେଣ୍ଡିଂ ଧୋତି ପ୍ୟାଣ୍ଟ୍ରେ ଏକ କ୍ରପ୍ ଟପ୍କୁ ପେୟାର ଅପ୍ କରନ୍ତୁ, ଯାହା ଦିୱାଲି ପାର୍ଟିରେ ଆପଣଙ୍କୁ ଷ୍ଟେଟମେଣ୍ଟ୍ ଲୁକ୍ ପ୍ରଦାନ କରିବ । ଏହାସହ ଅଧିକ ଆକର୍ଷଣୀୟ ଲୁକ୍ ଚାହୁଁଥିଲେ ଏହା ଉପରେ ଜ୍ୟାକେଟ୍ ଟ୍ରାଏ କରିପାରିବେ । ଏହା ଆପଣଙ୍କ ଫ୍ୟାଶନକୁ ଶୀର୍ଷରେ ପହଞ୍ଚାଇବ ।
ପ୍ରିଷ୍ଟିଚଡ୍ ଶାଢୀ ସହ କ୍ୟାପ୍ ବ୍ଲାଉଜ୍
ଶାଢୀ ବିନା ଫ୍ୟାଶନ ଅସମ୍ପୂର୍ଣ୍ଣ । ଟ୍ରାଡିସନାଲ ଆଉଟଫିଟ୍ କଥା କହିଲେ ଆଗ ଶାଢୀ ନାମ ହିଁ ଆସିଥାଏ । ତେଣୁ ଦୀପାବଳିର ଏହି ମହାପର୍ବରେ ନିଜକୁ ଅଧିକ ଫ୍ୟାଶେନବୁଲ ଚାହୁଁଥିଲେ ପ୍ରିଷ୍ଟିଚଡ୍ ଶାଢୀ ପିନ୍ଧିପାରିବେ । ଏହା ସହ କ୍ୟାପ୍ ବ୍ଲାଉଜ୍ ପିନ୍ଧନ୍ତୁ । ଏହା ଆପଣଙ୍କୁ ଉଭୟ ଇଣ୍ଡୋ-େୱଷ୍ଟର୍ନର ଅନୁଭବ ପ୍ରଦାନ କରିବ ।
ମ୍ୟାକ୍ସି ଡ୍ରେସ୍
ଏହା ଏପରି ଏକ ଆଉଟ୍ଫିଟ୍ ଯାହା ସବୁ ଉତ୍ସବ ପାଇଁ ପରଫେକଫ ହୋଇଥାଏ । । ଯେକୌଣସି ବଡି ଟାଇପ୍କୁ ମଧ୍ୟ ଏହା ଭଲ ମାନିଥାଏ । ଏହି ଦୀପାବଳିରେ ଫ୍ଲୋରାଲ୍ ପ୍ରିଣ୍ଟର ମ୍ୟାକ୍ସି ଡ୍ରେସ ଟ୍ରାଏ କରନ୍ତୁ । ଯଦି ଆପଣ ଟିକିଏ ଅଲଗା କିଛି ଚାହୁଁଛନ୍ତି ତାହେଲେ ଏହାସହ ଝୁମକା ପିନ୍ଧିପାରିବେ ।
ସରାରା ସୁଟ୍
ଅଧିକ ଟ୍ରାଡିସନାଲ ଲୁକ୍ ଚାହୁଁଥିଲେ ସରାରା ସୁଟ୍ ଟ୍ରାଏ କରିପାରିବେ । ଏହାସହ ପେୟାର ଅପ୍ କରନ୍ତୁ ମ୍ୟାଚିଂ ଚାନ୍ଦବାଲି ଇୟର୍ ରିଙ୍ଗ୍ସ, ମେସି ବନ୍ ହେୟାର ଷ୍ଟାଇଲ୍ ଏବଂ ନୁ୍ୟଡ୍ ମେକଅପ୍ । ଦେଖିବେ ଆପଣ କିପରି ଦିୱାଲୀ ପାର୍ଟିରେ ଆଟ୍ରାକଫିଭ୍ ଲାଗୁଛନ୍ତି ।
ଲେହେଙ୍ଗା ସହ ଟପ୍
ଫେଷ୍ଟିଭ୍ ସିଜିନରେ ଲେହେଙ୍ଗା ସର୍ବଦା ଫ୍ୟାଶନରେ ରହିଥାଏ । ଶାଢୀ ପରେ ଯୁବତୀମାନେ ଲେହେଙ୍ଗା ପିନ୍ଧିବାକୁ ପସନ୍ଦ କରିଥାନ୍ତି । ଏହାକୁ ଟିକେ ଭିନ୍ନ କରିବାକୁ ଚାହୁଁଥିଲେ ଲେହେଙ୍ଗା ସହ କୁଲ୍ ଟପ୍ କିମ୍ବା ଶାର୍ଟ ଟ୍ରାଏ କରନ୍ତୁ । ଏହାସହ ଚୋକର୍ ନେକଲେସ୍ ପିନ୍ଧିଲେ ଆପଣଙ୍କୁ କ୍ଲାସି ଲୁକ୍ ପ୍ରଦାନ କରିବ ।

Comments are closed.