ମଧୁମେହ ରୋଗୀଙ୍କ ପାଇଁ ଲାଉ ଉପକାରୀ । ହେଲେ କେତେକ ଲୋକ ଲାଉର ସ୍ୱାଦ ଓ ବାସ୍ନା ପାଇଁ ଏହାକୁ ଖାଇବାକୁ ପସନ୍ଦ କରିନଥାନ୍ତି । ସେମାନଙ୍କ ପାଇଁ ଲାଉ ରଇତା ଏକ ଭଲ ଖାଦ୍ୟ । ରାଇତାରେ ଥିବା ଦହି ଲାଉର ବାସ୍ନା ଓ ସ୍ୱାଦକୁ କାଟିଥାଏ । ଏହା ଦେହକୁî ହିତ ସହିତ ପାଟି ଖୁବ୍ ସ୍ୱାଦ ଲାଗିଥାଏ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ବିଷୟରେ..
ସାମଗ୍ରୀ : ୫୦୦ ଗ୍ରାମ ଦହି, ଗୋଟିଏ ଲାଉ, ଏକ ଚାମଚ ଗୋଲ ମରିଚ ଗୁଣ୍ଡ, ଏକ ଚାମଚ ଧନିଆ ପତ୍ର,
ପ୍ରଣାଳୀ : ପ୍ରଥମେ ଲାଉର ଚୋପା ଛଡାଇ ଛୋଟଛୋଟ ଖଣ୍ଡ କରି କାଟି ଧୋଇ ନିଅନ୍ତୁ । ମିଡିଅମ୍ ଆଞ୍ଚରେ ପ୍ରେସର କୁକରରେ ଲାଉକୁ ସିଝାଇ ନିଅନ୍ତୁ । ୩ରୁ ୪ଟି ସିଟି ଆସିବା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ । ତେବେ ଏହା ଭିତରେ ଦହିକୁ ଭଲରେ ଫେଣ୍ଟି ରଖନ୍ତୁ । କୁକରରୁ ଲାଉ ଖଣ୍ଡକୁ ଛାଣି ଅଲଗା ଥଣ୍ଡା ହେବା ପାଇଁ ରଖନ୍ତୁ । ଲାଉ ଥଣ୍ଡା ହେବା ପରେ ଏହାକୁ ହାତରେ ଚକଟି ନିଅନ୍ତୁ ଏବଂ ଦହିରେ ପକାନ୍ତୁ । ଲାଉକୁ ଦହିରେ ଭଲଭାବେ ମିଶାନ୍ତୁ । ଏହାପରେ ଏଥିରେ ମରିଚ ଗୁଣ୍ଡ, ଲୁଣ ପକାଇ ମିଶାନ୍ତୁ । ଶେଷରେ ଧନିଆ ପତ୍ର ପକାଇ ପରଷନ୍ତୁ ଲାଉ ରାଇତା ।

Comments are closed.