ଆବଶ୍ୟକ ସାମଗ୍ରୀ: ବଳକା ରୁଟି, ଛଣିବା ପାଇଁ ରିଫାଇନ୍ ତେଲ, ସିଝା ଆଳୁ ଚକଟା, କଟା ବନ୍ଧା କୋବି, କଟା କ୍ୟାପସିକମ୍, ଗ୍ରୀନ ମଟର, କଟା ବିନ୍, ଅଳ୍ପ ମଇଦା, କଟା ଟମାଟୋ, କଟା ଗାଜର, କୋରା ପନିର, ଗୋଲମରିଚ ଗୁଣ୍ଡ, ଗରମ ମସଲା ଓ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ କଡ଼େଇରେ ତେଲ ଗରମ କର;ୁ । ତେଲ ଗରମ ହୋଇଗଲା ପରେ ସେଥିରେ କଟା ପିଆଜ ପକାଇ ଭାଜ;ୁ । ପିଆଜ ଭାଜି ଗୋଲଡେନ୍ ରଙ୍ଗ ହୋଇଗଲେ ସେଥିରେ କଟା ପରିବା ପକାଇ ଭଲ ଭାବେ ଭାଜନ୍ତୁ ।

ପରିବା ସବୁ ଭାଜି ହୋଇଗଲା ପରେ ସେଥିରେ କୋରା ପନିର, ଗୋଲମରିଚ ଗୁଣ୍ଡ, ଗରମ ମସଲା ଓ ସ୍ୱାଦ ଅନୁସାରେ ଲୁଣ ପକା;ୁ । ଏହାପରେ ଗ୍ୟାସ୍ର ଆଞ୍ଚକୁ ସିମ୍ କରି ସିଝା ଆଳୁକୁ ଚକଟାକୁ ସେଥିରେ ପକାଇ ଭଲ ଭାବେ ମିଶାନ୍ତୁ । ଏହାପରେ କିଛି ସମୟ ତାକୁ ଘୋଡ଼େଇ ଦେଇ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ସମୋସା ପାଇଁ ଆଳୁ ପୁର ।

ଏହାପରେ ବଳକା ରୁଟି ଆଣି ତାହାକୁ ଦୁଇ ଭାଗ କରି କାଟି ଏକ କୋନ୍ର ଆକାର ଦିଅନ୍ତୁ । ଆପଣମାନେ ଚାହିଁଲେ ରୁଟି ତିଆରି ମଧ୍ୟ କରିପାରିବେ । କିନ୍ତୁ ମନେ ରଖନ୍ତୁ ଯଦି ସମୋସା ପାଇଁ ରୁଟି ପ୍ରସ୍ତୁତ କରୁଛନ୍ତି , ତେବେ ରୁଟିକୁ ବେଶି ସେକନ୍ତୁ ନାହିଁ । ଅଳ୍ପ ସେକି ରୁଟିକୁ ଦର କଞ୍ଚା ରଖନ୍ତୁ । ଏମିତି କଲେ ସମୋସା ଭଲ ଭାବେ ତିଆରି ହୋଇଥାଏ ।

ଏହାପରେ ଗୋଟିଏ ପାତ୍ରରେ ମଇଦାରେ ଅଳ୍ପ ପାଣି ଦେଇ ଏକ ବହଳିଆ ଘୋଳ ପ୍ରସ୍ତୁତ କର;ୁ । ଆଳୁ ପୁରକୁ ରୁଟି କୋନ୍ରେ ଭର୍ତ୍ତି କରି ତା’ ଉପରେ ମଇଦାକୁ ଲଗାଇ ଦେଇ ବାଟ ବନ୍ଦ କରିଦିଅନ୍ତୁ । ଯେପରି ସିଙ୍ଗଡ଼ା ପ୍ରସ୍ତୁତ ହୁଏ, ଠିକ୍ ସେପରି ରୁଟି ସମୋସାକୁ ତିଆରି କରନ୍ତୁ ।

ଏହାପରେ କଡ଼େଇରେ ତେଲ ଗରମ କର;ୁ । ତେଲ ଗରମ ହୋଇଗଲେ ଗ୍ୟାସକୁ ସିମ୍ କରି ସମୋସାଗୁଡିକ ତେଲରେ ଟିକେ ନାଲି ହେବା ପର୍ଯ୍ୟନ୍ତ ଛାଣ;ୁ ।

ଏହା ଛାଣି ହୋଇଗଲା ପରେ ତାକୁ ଏକ ପାତ୍ରକୁ ବାହାର କରିଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ରୁଟି ସମୋସା ।

Comments are closed.