ବଲିଉଡ୍‌ରେ ନୂଆ ଚେହେରା

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରୀର ଆକ୍ସନ ହିରୋ ବିଦୁ୍ୟତ୍‌ ଜାମୱାଲଙ୍କ ଫିଲ୍ମ ‘ସନକ’ ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବାକୁ ଯାଉଛି । ନିକଟରେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି, ଯାହାକୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି । ଫିଲ୍ମରେ ବିଦୁ୍ୟତଙ୍କ ଅପୋଜିଟ୍‌ରେ ରୁକ୍ମଣୀ ମୈତ୍ରା ନଜର ଆସିଛନ୍ତି । ରୁକ୍ମଣୀ ବଲିଉଡ୍‌ ଇଣ୍ଡଷ୍ଟୀର ପାଇଁ ଏକ ନୂଆ ନାମ ଓ ନୂଆ ଚେହେରା । ଅଭିନେତ୍ରୀ ରୁକ୍ମଣୀଙ୍କ ଜନ୍ମ କୋଲକତା ସହରରେ ଏବଂ ୧୩ ବର୍ଷ ବୟସରୁ ହିଁ ସେ ମଡେଲିଂ ଦୁନିଆରେ ଅଛନ୍ତି । ସେ କେତେକ ବଙ୍ଗାଳୀ ପ୍ରୋଜେକଫରେ ମଧ୍ୟ କାମ କରିଛନ୍ତି । ହେଲେ ବିଜ୍ଞାପନ ଦୁନିଆରେ ଜଣାଶୁଣା ନାମ ହେଉଛନ୍ତି ରୁକ୍ମଣୀ । ସେ ରିଲାଏନ୍ସ, ସନ୍‌ସିá, ଟାଟା ଟି, ଫେମିନା, ରୟାଲ ଷ୍ଟାଗ୍‌, ଭୀମା ଜୁଏଲାରୀ ଏବଂ ଇମାମୀ ପରି ବ୍ରାଣ୍ଡ୍‌ଗୁଡ଼ିକରେ ଅଂଶ ହୋଇ ରହିଛନ୍ତି । ୨୦୧୭ରେ ବଙ୍ଗାଳୀ ଫିଲ୍ମ ରୁକ୍ମଣୀ ଚାମ୍ପ୍‌ ଜରିଆରେ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ ।
ଏହା ବ୍ୟତୀତ ସେ କକ୍‌ପିଟ୍‌, କବୀର, କିଡ୍‌ନ୍ୟାପ୍‌, ପାସ୍‌ୱାର୍ଡ ପରି ଫିଲ୍ମରେ କାମ କରିଛନ୍ତି । ସେ କିଛି ବଙ୍ଗାଳୀ ରିୟାଲିଟି ଶୋରେ ମଧ୍ୟ ଗେଷ୍ଟ୍‌ ଭାବେ ନଜର ଆସିଛନ୍ତି । ତାଙ୍କର ଶେଷ ଫିଲ୍ମ ହେଉଛି ସ୍ୱିଜରଲାଣ୍ଡ । ରୁକ୍ମଣୀ ମୈତ୍ରା ନିଜର ଉଚ୍ଚତା ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଅଭିନେତ୍ରୀଙ୍କ ଉଚ୍ଚତା ବଲିଉଡ୍‌ ଇଣ୍ଡଷ୍ଟ୍ରୀର ଦୀପିକା ପାଦୁକୋନ ଏବଂ କୀର୍ତ୍ତି ସେନନ୍‌ଙ୍କଠାରୁ ମଧ୍ୟ ଅଧିକ, ଯାହା ତାଙ୍କୁ ସ୍ୱତନ୍ତ୍ର କରାଇଛି । ଦୀପିକାଙ୍କ ଉଚ୍ଚତା ୧୭୪ ସେଣ୍ଟିମିଟର ଥିବା ବେଳେ ରୁକ୍ମଣୀଙ୍କର ୧୮୦ ସେଣ୍ଟିମିଟର । ସେ ଫିଲ୍ମ ଚାମ୍ପ ଏବଂ କକ୍‌ଫିଟ୍‌ ପାଇଁ ଡେବୁ୍ୟ ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଛନ୍ତି । ହେଲେ ସନକ ଦ୍ୱାରା ସେ ବଲିଉଡ୍‌ରେ ଡେବୁ୍ୟ କରିବାକୁ ଯାଉଛନ୍ତି । ଫିଲ୍ମ ୧୫ ଅକେଫାବରରେ ରିଲିଜ୍‌ ହେବ । ବିଦୁ୍ୟତ ଏବଂ ରୁକ୍ମଣୀଙ୍କ ବ୍ୟତୀତ ଏହି ଫିଲ୍ମରେ ଚନ୍ଦନ ରାୟ ଏବଂ ନେହା ଧୁପିଆ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରୋଲ୍‌ରେ ନଜର ଆସିବେ ।

Comments are closed.