ପ୍ରିୟଙ୍କା ଗାନ୍ଧୀ ଗିରଫ

ଉତ୍ତରପ୍ରଦେଶ: କଂଗ୍ରେରର ସାଧାରଣ ସମ୍ବାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ସୀତାପୁରରୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଛି । ଗିରଫ ପରେ ପୋଲିସ ତାଙ୍କୁ ସୀତାପୁର ପିଏସି ଗେଷ୍ଟ ହାଉସ୍‌ରେ ରଖିଛି । ଭୋର୍‌ ପ୍ରାୟ ସାଢ଼େ ୪ଟାରୁ ପ୍ରିୟଙ୍କାଙ୍କୁ ଗିରଫ କରାଯାଇଛି । ହେଲେ ଏପର୍ଯ୍ୟନ୍ତ ତାଙ୍କୁ କୋର୍ଟ ଚାଲଣ କରାଯାଇ ନାହିଁ ବୋଲି କଂଗ୍ରେସର ବରିଷ୍ଠ ନେତା ପି. ଚିତାମ୍ବରମ୍‌ ସୂଚନା ଦେଇଛନ୍ତି । ତେବେ ପ୍ରିୟଙ୍କା ବିରୋଧରେ ଧାରା ୧୫୧, ୧୦୭ ଏବଂ ୧୧୬ ଅନୁସାରେ ଏକ ମାମଲା ରୁଜୁ କରାଯାଇ ଗିରଫ କରାଯାଇଥିବା ସୂଚନା ରହିଛି ।
ସୂଚନା ଥାଉଯେ, ଗତ ୩ ତାରିଖ ବିଳମ୍ବିତ ରାତ୍ରୀରେ ପ୍ରିୟଙ୍କା ଗାନ୍ଧୀ ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ଡ ଘଟଣାରେ ମୃତ ଚାଷୀଙ୍କ ପରିବାରକୁ ଭେଟିବାକୁ ଯାଇଥିଲେ । ହେଲେ ୟୁପି ପୋଲିସ ତାଙ୍କୁ ଅଧାବାଟରୁ ନେଇଯାଇ ସୀତାପୁରର ଏକ ଗେଷ୍ଟ ହାଉସ୍‌ରେ ହେପାଜତରେ ରଖିଥିଲେ । ଏଥିରେ ପ୍ରିୟଙ୍କା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରଥିଲେ । ଚାଷୀ ପରିବାରଙ୍କୁ ନଭେଟିବା ଯାଏଁ ସେ ଆମରଣ ଅନଶନ କରିବେ ବୋଲି ଘୋଷଣା ମଧ୍ୟ କରିଥିଲେ । ପ୍ରିୟଙ୍କା ବ୍ୟତୀତ ଆପ୍‌ ଦଳର ସାଂସଦ ସଞ୍ଜୟ ସିଂହଙ୍କ ସହ କିଛି ଦଳୀୟ ନେତା ଏବଂ ସପା, ବିଏସ୍‌ପି ଭଳି କେତେକ ଦଳର ଶତାଧିକ କର୍ମୀ ଘଟଣା ସ୍ଥଳକୁ ଯାଇ ଚାଷୀଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ । ସେମାନଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି ।

Comments are closed.