ଅଣ୍ଡା ପତ୍ରକୋବି

ସାମଗ୍ରୀ- ଛୋଟକଟା ଦୁଇକପ ପତ୍ରକୋବି, ଦୁଇଟି ଅଣ୍ଡା, ଏକ ଚାମଚ ଜିରା ଗୁଣ୍ଡ, ୧ଟା ପିଆଜ ବଟା, ଅଦା ରସୁଣ ଛେଚା ଅଳ୍ପ ପରିମାଣ, ଟମାଟ ଏକଟା, ହଳଦୀ, ଲଙ୍କାଗୁଣ୍ଡ ଓ ଗୁଣ୍ଡ ମସଲା ଅଳ୍ପ ପରିମାଣ, ଗରମ ମସଲା ଅଳ୍ପ ପରିମାଣ, କଟା ଧନିଆ ପତ୍ର ଅଳ୍ପ ।
ପ୍ରଣାଳୀ – ପ୍ରଥମେ ତେଲରେ ପିଆଜ ପକାଇ କଷନ୍ତୁ । ପିଆଜ କଷି ହେବାପରେ ଏଥିରେ ଅଦା ରସୁଣ ବଟା ପକାଇ କିଛି ସମୟ ପାଇଁ ଭାଜନ୍ତୁ । ମସଲାରୁ ତେଲ ଛାଡିବା ପରେ ଏଥିରେ ସମସ୍ତ ଗୁଣ୍ଡ ମସଲା ପକାନ୍ତୁ । ଗୁଣ୍ଡ ମସଲାକୁ ଅଳ୍ପ ସମୟ କଷିବା ପରେ ଏଥିରେ କୋବି ପକାନ୍ତୁ । କୋବି ପକାଇ କିଛି ସମୟ ଭାଜିବା ପରେ ଏଥିରେ ଟମାଟ ଖଣ୍ଡ ପକାଇ ଭାଜନ୍ତୁ । କୋବି ସିଝିବା ପରେ ପ୍ୟାନ୍‌ ମଝିରେ କିଛି ସ୍ଥାନ ଖାଲି କରନ୍ତୁ । ଏହି ଖାଲି ସ୍ଥାନରେ ଅଳ୍ପ ତେଲ ପକାଇ ଏଥିରେ ଅଣ୍ଡା ଭାଙ୍ଗନ୍ତୁ । ଅଣ୍ଡାରେ ପୁରା ଅଳ୍ପ ଲୁଣ ପକାଇ ଭୁଜିଆ ଭଳି ଭାଜନ୍ତୁ । ଏହାପରେ ଏହାକୁ କୋବି ସହ ମିଶାଇ ୨ରୁ ୩ମିନିଟ୍‌ ଭାଜନ୍ତୁ । ଶେଷରେ ଗରମ ମସଲା ଓ ଧନିଆ ପତ୍ର ପକାଇ ଗ୍ୟାସ ବନ୍ଦ କରିଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଅଣ୍ଡା ପତ୍ରକୋବି । ଏହାକୁ ରୁଟି କିମ୍ବା ପରଟା ସହ ଖାଇପାରିବେ ।

Launching Ceremony of “AYUSHMAN BHARAT

Comments are closed.