୨୪ ଘଣ୍ଟାରେ ଦେଶରେ ୧୮, ୭୯୫ କରୋନା ସଂକ୍ରମିତ ଓ ୨୫୮ ମୃତ

ଦିଲ୍ଲୀ: ସେପ୍‌ଟେମ୍ବର ୨୮ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮, ୭୯୫ ରହିଛି । ଆଜିର ନୂଆ ଚିହ୍ନଟଙ୍କୁ ମିଶାଇ ଏବେ ଦେଶରେ ମୋଟ୍‌ ୩କୋଟି ୩୬ ଲକ୍ଷ ୯୭ ହଜାର ୫୮୧ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ସେହିପରି ୨୪ ଘଣ୍ଟା ମଧ୍ୟରେ ୨୬, ୩୦ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ସର୍ବାଧିକ ୯୭.୮୧ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୨୯ ଲକ୍ଷ ୫୮ ହଜାର ୦୦୨ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୯୨ ହଜାର ୨୦୬ ରହିଛି ।
ଅନ୍ୟପକ୍ଷେ, ଗତ ୨୪ ଘଣ୍ଟାରେ ୨୫୮ ଜଣଙ୍କର କରୋନାରୁ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ କରୋନାରେ ୪ ଲକ୍ଷ ୪୭ ହଜାର ୪୫୨ ଜଣ ରୋଗୀଙ୍କର ମୃତୁ୍ୟ ହୋଇସାରିଲାଣି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୧.୮୮ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୧.୪୨ ପ୍ରତିଶତ ରହିଛି । ଦେଶରେ ଏପର୍ଯ୍ୟନ୍ତ ୮୭. ୦୭ କୋଟିରୁ ଅଧିକ କରୋନା ଟୀକା ନେଇ ସାରିଲେଣି ।

Govt

Comments are closed.