ଡଙ୍ଗରିଆ କନ୍ଧ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ‘କପଡ଼ାଗଣ୍ଡା ସାଲ୍‌’କୁ ମିଳିବ ଜିଆଇ ଟ୍ୟାଗ

ରାୟଗଡ଼ା, ସେପ୍‌ଟେମ୍ବର ୨୪ : ରାୟଗଡ଼ା ଜିଲ୍ଲା ନିୟମଗିରି ପାହାଡ଼ର ଡଙ୍ଗରିଆ କନ୍ଧ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ କପଡ଼ାଗଣ୍ଡା ସାଲ୍‌ କୁ ମିଳିବ ଜିଆଇ ଟ୍ୟାଗ । ଏଥିପାଇଁ ନିୟମଗିରି ଡଙ୍ଗରିଆ କନ୍ଧ ୱିଭର୍ସ ଆସୋସିଏସନ ଓ ଏସସିଇଆରଟି ଦ୍ୱାରା ପ୍ରୟାସ ଆରମ୍ଭ କରାଯାଇଛି । ଡଙ୍ଗରିଆ କନ୍ଧ ଜନଜାତିର ମହିଳା ମାନେ ନିଜ ହାତରେ ଏହି ସାଲକୁ ତିଆରି କରିଥାନ୍ତି ।

ଡଙ୍ଗରିଆ କନ୍ଧ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ‘କପଡ଼ାଗଣ୍ଡା ସାଲ୍‌’କୁ ମିଳିବ ଜିଆଇ ଟ୍ୟାଗ

ଜିଲ୍ଲାର ମୁନିଗୁଡ଼ା ଓ ବିଷମକଟକ ବ୍ଲକର ୫୮ଟି ଡଙ୍ଗରିଆ କନ୍ଧ ଜନଜାତି ଗାଁର ମହିଳା ମାନେ ଏହି ସାଲ୍‌ ପ୍ରସ୍ତୁତ କରି ସ୍‌୍ୱାବଲମ୍ବୀ ହୋଇପାରିଛନ୍ତି । ଏହି ସାଲ୍‌ ର ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ଚାହିଦା ବଢୁଥିବାରୁ କେତେକ ସ୍ଥାନରେ ଏହାର ନକଲ କରି ଇ-କମର୍ସ ଜରିଆରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା ।

ଡଙ୍ଗରିଆ କନ୍ଧ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ‘କପଡ଼ାଗଣ୍ଡା ସାଲ୍‌’କୁ ମିଳିବ ଜିଆଇ ଟ୍ୟାଗ

ଏହି କପଡ଼ା ଗଣ୍ଡା ସାଲ୍‌ କୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଲେ, ଆଦିବାସୀ ବୁଣାକାରଙ୍କୁ ଆଇନଗତ ସହାୟତା ମିଳିପାରିବ ।

Govt

Comments are closed.