ବଣାଇରେ ନିଯୁକ୍ତି ସୁଯୋଗରୁ ବଂଚିତ ଯୁବଗୋଷ୍ଠୀ

ବାଧ୍ୟ ହୋଇ ଆବୋରି ନେଉଛନ୍ତିି ଦାଦନ ପନ୍ଥା

ବଣାଇ: ସେପ୍‌ଟେମ୍ବର ୨୩: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ବଣଜଙ୍ଗଲ, ପାହାଡ, ଜଳପ୍ରପାତ, ନଦୀ, ନାଳ, ଲୋððହଖଣି, ମାଙ୍ଗାନିଜ ଭଳି ପ୍ରାକୃତିକ ସମ୍ବଳରେ ପରିପୂର୍ଣ୍ଣ । ବର୍ଷକୁ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତହବିଲକୁ ଯାଉଛି । କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଏହା ଯେ ଦୀପ ତଳ ଅନ୍ଧାର ଭଳି ଏହି ଅଂଚଳ ଏବେ ବି ଦାରିଦ୍ରତା ଓ ବେକାରୀ ରୂପକ ଅନ୍ଧକାରରେ ନିବଦ୍ଧ ହୋଇରହିଛି । ଏହି ଅନ୍ଧକାର ମଧ୍ୟରୁ ଦାରିଦ୍ରତା, ବେକାରୀ ଭଳି ସମସ୍ୟାରୁ ଉଦ୍ଧାର କରିବା ପାଇଁ କେବଳ ଏକ ଶ୍ରମିକ ସଙ୍ଗଠନ ଛଡା ଆଜି ପର୍ଯ୍ୟନ୍ତ କେହି ହେଲେ ଉଦ୍ୟମ କରିଥିବା ଜଣାପଡି ନାହିଁ ।
ବଣାଇ ଉପଖଣ୍ଡରେ ଅନେକ ଗୁଡିଏ ଲୋððହଖଣି, ସ୍ପଞ୍ଜ ଏବଂ ପାୱାର ପ୍ଲାଣ୍ଟ ରହିଛି । କିନ୍ତୁ ଏହି ସବୁ ସଂସ୍ଥାଗୁଡିକରେ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳର ବେକାର ଯୁବକ ଯୁବତୀ କିମ୍ବା ସ୍ଥାନୀୟ ଜନସାଧାରଣଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ନଦେଇ ଅନ୍ୟ ଅଞ୍ଚଳର ଲୋକଙ୍କୁ ନିଯୁକ୍ତି ଦିଆଯାଉଛି । ପ୍ରକାଶ ଥାଉକି, ରାଜ୍ୟ ସରକାରଙ୍କ ପକ୍ଷରୁ ଦକ୍ଷତା ବିକାଶ ତାଲିମ ଅନୁଷ୍ଠାନ ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ନିଯୁକ୍ତି ମେଳାର ଆୟୋଜନ ହେଉଥିବାବେଳେ ଏହି ସବୁ ଶିଳ୍ପ ଏବଂ ଖଣିରେ ନିଯୁକ୍ତି ପାଇଁ କେବେ ବି ନିଯୁକ୍ତି ମେଳା କୋððଣସି ସ୍ଥାନରେ ଆୟୋଜନ ହୋଇଥିବାର ଏ ପର୍ଯ୍ୟନ୍ତ ଦୃଷ୍ଟାନ୍ତ ନାହିଁ । ବଣାଇ ଉପଖଣ୍ଡ ସଦର ମହକୁମାରେ ଥିବା ଏକ ନିୟୋଜନ ସଂସ୍ଥା ମାଧ୍ୟମରେ କେବେବି ପ୍ରାର୍ଥୀଙ୍କୁ ଡକାଇ କିମ୍ବା ସାକ୍ଷାତକାର ନେଇ ସଂସ୍ଥାମାନେ ସ୍ଥାନୀୟ ନିଯୁକ୍ତି ଦେଇଥିବା ନଜିର ଏ ପର୍ଯ୍ୟନ୍ତ ନଥିବା ଜଣାପଡିଛି । ଏବେ ବଣାଇ ଉପଖଣ୍ଡ ନିୟୋଜନ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଥିବାବେଳେ ଏହା ଏବେ ରାଉରକେଲା ଅଧୀନରେ କାର୍ଯ୍ୟକରୁଥିବା ଜଣାପଡିଛି । ଏହି ସବୁ ସଂସ୍ଥାମାନେ କେବେ ବି କୋððଣସି ଗଣମାଧ୍ୟମରେ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଥିବା ବି ଦୃଷ୍ଟିଗୋଚର ହୋଇ ନାହିଁ । ଫଳରେ ଏହି ସଂସ୍ଥାମାନେ ସ୍ଥାନୀୟ ବାସିନ୍ଦାଙ୍କୁ ନିଯୁକ୍ତି ନ ଦେଇ ବହୁ ସଂଖ୍ୟାରେ ଅନ୍ୟ ଅର୍ଥାତ ବାହ୍ୟ ଅଞ୍ଚଳର ଲୋକଙ୍କୁ ଅନୈðତିକ ଉପାୟରେ ନିଯୁକ୍ତି ପ୍ରଦାନ କରୁଛନ୍ତି । ଫଳରେ ସ୍ଥାନୀୟ ଉଚ୍ଚଶିକ୍ଷିତ ଯୁବକ ଯୁବତୀମାନେ ଘର ପାଖରେ କାମଧନ୍ଧା ନ ପାଇ ବେକାର ହୋଇ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ନେଇ ବହୁ ବେକାର ଯୁବକ ଯୁବତୀ ମତପୋଷଣ କରିଛନ୍ତି ।
ସେହି ଯୁବକ ଯୁବତୀମାନେ ଏହା ମଧ୍ୟ ଅଭିଯୋଗ କରିଛନ୍ତିି ଯେ, ଯେତେବେଳେ ବଣାଇର କୋððଣସି ସ୍ଥାନରେ ଶିଳ୍ପ, ଖଣି ଏବଂ ଅନ୍ୟାନ୍ୟ ପ୍ରକଳ୍ପ ସ୍ଥାପନ କରିବା ପାଇଁ ଜନଶୁଣାଣି କରାଯାଇଥାଏ, ସେତେବେଳେ ସ୍ଥାନୀୟ ଜିଲାପାଳ, ଅତିରିକ୍ତ ଜିଲାପାଳ, ଉପ-ଜିଲାପାଳ ସ୍ତରୀୟ ପ୍ରଶାସନ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି, ପୁଲିସ ପ୍ରଶାସନ ତଥା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀମାନଙ୍କ ଉପସ୍ଥିତିରେ ତାହା ଶୁଣାଣି କରାଯାଇଥାଏ । ସେହି ସମୟରେ ଉପସ୍ଥିତ ପ୍ରଶାସନିକ ଅଧିକାରୀ ବା ଜନପ୍ରତିନିଧି ଜନତାଙ୍କ ଦାବୀକୁ ପୂରଣ କରିବାକୁ କେବଳ ପ୍ରତିଶୃତି ଦେଇଥାନ୍ତି ।
ଏବେ ବି ବାରସୁଆଁଠାରେ ଥିବା ସେଲ ନିୟନ୍ତ୍ରଣାଧୀନ ଆଇରନ ମାଇନ୍ସ (କଞ୍ଚାମାଲ)ର ମୁଖ୍ୟ ଦପ୍ତର ପଶ୍ଚିମ ବଙ୍ଗର କଲକାତାଠାରେ ରହିଛି । ନିଯୁକ୍ତି ମଧ୍ୟ ସେଠାରୁ ହେଉଛି । ବଣାଇ ଉପଖଣ୍ଡର ବରସୁଆଁ ଆଇରନମାଇନ୍ସ, କୋଇଡା ଆଇରନ ମାଇନ୍ସ(ଓଏମସି) ଖଣ୍ଡାଧାର, ଏମଟିସି(ଭୁତୁଡା), ଜେଏସପିଲ(ଟେନସା), ପିଟିଏ, ରୁଙ୍ଗଟା ସନ୍ସ, ଏସେଲ ମାଇନିଂ(କୋଇଡା), ଏଏମଟିସି (କୋଇଡା) ଏବଂ ବିଶାଲ ମେଟାଲିକ୍ସ, ଶିବ ମେଟାଲିକ୍ସ, ଶ୍ରୀହରି ସ୍ପଞ୍ଜ, ରିଲାଏବୁଲ ସ୍ପଞ୍ଜ ସୁରେନ୍ଦ୍ର ମାଇନିଂ, ଭାଷ୍କର ଫେରୋ, ବିଦ୍ୟା ମିନେରାଲା, ବିକ୍ରମ ମିନେରାଲ ପ୍ରଭୃତି ଶିଳ୍ପ କାରଖାନାରେ ବେକାର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତିର ପରିସର ବୃହତ ହୋଇଥିବାବେଳେ ପ୍ରତ୍ୟକ୍ଷ ବା ପରୋକ୍ଷରେ ନିଯୁକ୍ତି ସନ୍ତୋଷଜନକ ହେଉ ନଥିବା ଅଭିଯୋଗ ହୋଇଛି । ଫଳରେ ଯୁବ ବେକାର ଗୋଷ୍ଠୀଙ୍କ ମନରେ ଅସନ୍ତୋଷର ଦାନା ବାନ୍ଧୁଥିବା ସେମାନଙ୍କ ମାନସିକ ଚିତ୍ରରୁ ସ୍ପଷ୍ଟ ବାରି ହୋଇପଡୁଛି । ଏହାକୁ ଜିଲା ପ୍ରଶାସନ ତଥା ଉପଖଣ୍ଡ ପ୍ରଶାସନ ହୃଦୟଙ୍ଗମ କରି ସଠିକ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନ ନିଅନ୍ତି ତା ହେଲେ ଯୁବ ଗୋଷ୍ଠୀଙ୍କ ଆର୍ଥିକ, ସାମାଜିକ ଓ ସାଂସ୍କୃତି ପରିବେଶ ଜଟିଳ ହୋଇ ପଡିବ ।

Launching Ceremony of “AYUSHMAN BHARAT

Comments are closed.