ରାୟଗଡା: ସେପ୍ଟେମ୍ବର ୧୬ : ରାୟଗଡ଼ର ଅଧିଷ୍ଟାତ୍ରୀ ଦେବୀ ମା ମଝିଘରିଆଣିଙ୍କ ଦାନ ହୁଣ୍ଡି କଡା ସୁରକ୍ଷା ଏବଂ କୋଭିଡ ଗାଇଡ଼ ଲାଇନ୍ ମଧ୍ୟରେ ଖୋଲାଯାଇଥିଲା । ସକାଳୁ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର କର୍ମଚାରୀଙ୍କ ସମେତ ମନ୍ଦିର ପରିଚାଳନା କମିଟି, ପୋଲିସ, ମାଜିଷ୍ଟେଟ ଓ ଏଣ୍ଡମେଣ୍ଟ ଅଧିକାରୀଙ୍କ ଉପସ୍ଥିତିରେ ଦୀର୍ଘ ୧୧ ମାସ ବ୍ୟବଧାନରେ ହୁଣ୍ଡି ଖୋଲା ଯାଇଥିଲା । ବୁଧବାର ଗଣତି ପରେ ୬୯ ଲକ୍ଷ ୯୦ ହଜାର ୨୮୪ ଟଙ୍କା ସମେତ ୫୨୦୧ ଗ୍ରାମ ରୁପା ଓ ୫୪ ଗ୍ରାମ ସୁନା ବାହାରିଥିଲା । ୧୧ ମାସ ପୂର୍ବରୁ ଶେଷଥର ଖୋଲାଯିବା ସମୟରେ ୬୩ ଲକ୍ଷ ଟଙ୍କା ସହିତ ସୁନା ଓ ରୁପା ଅଳଙ୍କାର ବାହାରିଥିଲାଛ ଆଜି ମାଙ୍କ ହୁଣ୍ଡିରୁ ବିଦେଶୀ ମୁଦ୍ରା ବାହାରିଥିବା ମଧ୍ୟ ଜଣାପଡିଛି । ମାଲେସିଆର ୪ ଟି ଏବଂ ସାଉଦି ଆରବର ଗୋଟିଏ ନୋଟ ମାଙ୍କ ହୁଣ୍ଡିରୁ ଭକ୍ତଙ୍କ ଦାନରୁ ମିଳିଥିବା ସୂଚନା ଦେଇଛନ୍ତି ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ରାଇସିଂ ବିଡିକା ।

Comments are closed.