ଶାଢୀ ସମସ୍ତଙ୍କର ପସନ୍ଦ ହୋଇଥାଏ । ଏହା ସର୍ବଦା ଫ୍ୟାଶନରେ ମଧ୍ୟ ରହିଥାଏ । ଶାଢୀ ଜଣେ ନାରୀଙ୍କୁ ପାରମ୍ପରିକ ଲୁକ୍ ଦେବା ସହ ଷ୍ଟାଇଲିସ୍ ମଧ୍ୟ କରାଇଥାଏ । ତେବେ ଶାଢୀରେ ମଧ୍ୟ ଅନେକ ନୂଆ ନୂଆ ଫ୍ୟାଶନ ବଜାରକୁ ଆସୁଛି । ତେଣୁ ଯଦି ଆପଣଙ୍କୁ ଶାଢୀ ପସନ୍ଦ ତେବେ ଅପଡେଟ୍ ରୁହନ୍ତୁ । କିଛି ଲୋକ ଏଥିପାଇଁ ସେଲିବ୍ରେଟିଙ୍କୁ ଅନୁକରଣ ମଧ୍ୟ କରନ୍ତି ।
ନିକଟରେ ଦୀପିକାଙ୍କର କିଛିଟା ଶାଢୀ ଲୁକ ଭାଇରାଲ ହୋଇଛି । ଦୀପିକା ଏଥିରେ ହଳଦିଆ ଓ ନୀଳ ରଙ୍ଗର ସେଡ୍ ଥିବା ଏକ ଶାଢୀ ପିନ୍ଧିଛନ୍ତି ଯାହାକୁ ଡିଜାଇନର ପାୟଲ ଖଣ୍ଡେଲ ୱାଲ ପ୍ରସ୍ତୁତ କରିଛନ୍ତି । ଆପଣ ମଧ୍ୟ ଦୀପିକାଙ୍କ ଭଳି ସେହି କଲରର ଶାଢୀକୁ ଚୟନ କରିପାରିବେ । ଏଥିରେ ଆପଣ ବିଭିନ୍ନ ପ୍ରକାରର ରାଜ୍ୟରେ ମିଳୁଥିବା ପାରମ୍ପରିକ ଶାଢୀକୁ ବ୍ୟବହାର କରିପାରିବେ । ବେଙ୍ଗଲର ଟାଣ୍ଟ ଶାଢୀ ଆପଣଙ୍କୁ ପାରମ୍ପରିକ ଲୁକ୍ ଦେବ । ଏହା କଟନରୁ ତିଆରି ହେଉଥିବାରୁ ପିନ୍ଧିବାକୁ ମଧ୍ୟ ଆରାମ ଦାୟକ । ସେହିଭଳି କେରଳର ସେତୁ ଶାଢୀକୁ ମଧ୍ୟ ଆପଣ ଚୟନ କରିପାରିବେ । ଏହା ଏକ ଭିନ୍ନ ଶାଢୀ ହୋଇଥିବାରୁ ଆପଣଙ୍କୁ ଏକ ହଟ୍କେ ଲୁକ ମିଳିବ । ଏଥିରେ ଥିବା ଗୋଲେïନ୍ ବଡର ପ୍ରାୟ ସମସ୍ତଙ୍କର ପସନ୍ଦ ହୋଇଥାଏ ।

Comments are closed.