ଦିଲ୍ଲୀ: ସେପ୍ଟେମ୍ବର ୨: ପିଲାଦିନେ ଖୁବ୍ ଦୁଷ୍ଟଥିଲେ ରଣବୀର କପୁର । ଏହାର ସୂଚନା ସେ ଅନେକ ସ୍ଥାନରେ ସାକ୍ଷାତ ଦେବା ସମୟରେ ଦେଇଛନ୍ତି । ତେବେ ତାଙ୍କ ଭଉଣୀ ତାଙ୍କୁ ନେଇ ଏକ ନିଆରା ଖବର ଦେଇଛନ୍ତି, ଯାହା ତାଙ୍କ ଫ୍ୟାନ୍ଙ୍କୁ ଆଶ୍ଚର୍ଯ୍ୟ କରିଛି । ରଣବୀରଙ୍କ ଭଉଣୀ ରିଦ୍ଧିମା ନିକଟରେ କପିଲ୍ ଶର୍ମା ଶୋରେ ନଜର ଆସିବେ । ସେ ଏଥିରେ ରଣବୀରଙ୍କୁ ନେଇ କିଛି କଥା କହିଛନ୍ତି, ଯାହା ବେଶ୍ ରୋଚକ । ରଣବୀର ନିଜ ଭଉଣୀଙ୍କ ପୋଷାକ ଚୋରି କରି ନିଜ ମହିଳା ବନ୍ଧୁଙ୍କୁ ଦେଉଥିବା କଥା ରିଦ୍ଧିମା ପ୍ରକାଶ କରିଛନ୍ତି । ରଣବୀରଙ୍କ ମହିଳା ବନ୍ଧୁ ଥରେ ତାଙ୍କ ଘରକୁ ଆସିବା ସମୟରେ ରିଦ୍ଧିମାଙ୍କ ପୋଷାକ ପିନ୍ଧି ଆସିଥିଲେ, ଯାହା ରିଦ୍ଧିମାଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଶୋରେ ରିଦ୍ଧିମାଙ୍କ ସହିତ ଭାଇ ରଣବୀର ଓ ମା ନିତୁ ସିଂ ନଜର ଆସିଛନ୍ତି । ଶୋରେ କପିଲଙ୍କ ସହିତ କଥା ହେବା ସମୟରେ ମଜା ମଜାରେ ରିଦ୍ଧିମା ରଣବୀରଙ୍କ ପିଲାଦିନ କଥା କହିବା ଆରମ୍ଭ କରିଥିଲେ । ସେହି ସମୟରେ ଏହି କଥା ଜଣାପଡିଛି । ନିଜ ପକେଟ୍ ମନି ବଞ୍ଚାଇବା ପାଇଁ ରଣବୀର ନିଜ ଭଉଣୀଙ୍କ ଜିନିଷ ଝିଅକୁ ଦେଇ ଦେଉଥିଲେ । ତେବେ ଘଟଣାଟି ଜଣାପଡିବା ପରେ ସମସ୍ତେ ଏହାର ମଜା ନେଇଥିଲେ ।

Comments are closed.