ଦିଲ୍ଲୀ: ସେପ୍ଟେମ୍ବର ୨: ଭାରତୀୟ ଜନତା ପାର୍ଟିର ପୂର୍ବତନ ସାଂସଦ ତଥା ସାମ୍ବାଦିକ ଚନ୍ଦନ ମିତ୍ରଙ୍କ ଦେହାନ୍ତ ହୋଇଛି । ଏନେଇ ତାଙ୍କ ପୁଅ କୁଶନ ମିତ୍ର ଟୁଇଟ୍ କରି ଖବର ଦେଇଛନ୍ତି । ମୃତୁ୍ୟ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ସେ ଇଂରାଜୀ ଖବରକାଗଜ ‘ଦ ପାୟୋନିଅର୍’ର ସଂପାଦକ ଥିଲେ । ତେବେ ମିଳିଥିବା ସୂଚନା ଅନୁସାରେ ଗତ ମାସ ଜୁନ୍ରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ । ୨୦୧୮ରେ ସେ ଭାଜପା ଛାଡ଼ି ମମତାଙ୍କ ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିଲେ । ସେ ୨୦୦୩ରୁ ୨୦୦୯ ବର୍ଷ ଯାଏଁ ରାଜ୍ୟସଭାର ସାଂସଦ ରୂପରେ କାର୍ଯ୍ୟ କରୁଥିଲେ । ତେବେ ୨୦୧୬ରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା ।
ତାଙ୍କର ପରଲୋକରେ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିବା ସହିତ ତାଙ୍କର ପରିବାର ପ୍ରତି ସମ୍ବେଦନା ଜଣାଇଛନ୍ତି ।

Comments are closed.