ଆଜିକାଲି ଫ୍ୟାଶନ ମାର୍କେଟରେ ‘ନୁ୍ୟଟ୍ରାଲ ମେକ୍ଅପ୍’ର ଟ୍ରେଣ୍ଡ୍ ଚାଲିଛି । ନୁ୍ୟଟ୍ରାଲ୍ ମେକ୍ଅପ୍ ହେଉଛି, ଆଖିକୁ ବୋଲï ଲୁକ୍ କରିବା ସହିତ ନୁ୍ୟଡ୍ ଲି« (ହାଲକା ରଙ୍ଗର ଲିଫ୍ଷଫିକ୍) ଲଗାଇବା । ବଲିଉଡ୍ ଅଭିନେତ୍ରୀ ଦିଶା ପାଟନୀ, ତାରା ସୁତରିୟା, ଅନନ୍ୟା ପାଣ୍ଡେ ଭଳି ଷ୍ଟାର ସର୍ବଦା ନୁ୍ୟଡ୍ ଲି« ଏବଂ ଟୋନï ମେକ୍ଅପ୍ରେ ନଜର ଆସନ୍ତି । ନୁ୍ୟଡ୍ ମେକ୍ଅପ୍ ସହ ଆଖିକୁ ବୋଲï ଲୁକ୍ ଦେବା ପାଇଁ ଆପଣ ଆପଣଙ୍କ ପସନ୍ଦର ଷ୍ଟାଇଲ୍ ଆଇକନ୍ଙ୍କୁ ଫଲୋ ମଧ୍ୟ କରିପାରିବେ ।
ଦୀପିକା ପାଦୁକୋନ
ଦୀପିକା ସବୁବେଳେ ନିଜ ଷ୍ଟାଇଲ୍ ଷ୍ଟେଟ୍ମେଣ୍ଟ୍ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି । ଅନେକ ଇଭେଣ୍ଟରେ ସେ ‘ସ୍ମୋକି ଆଇ ଲୁକ୍’ରେ ନଜର ଆସନ୍ତି । ଦୀପିକା କାନ୍ସ ଫେଷ୍ଟିଭାଲ୍ରେ ବୋଲï ଆଇ ଏବଂ ନୁ୍ୟଡ୍ ଲି« ସହ ନିଜକୁ ସଜେଇଥିଲେ । ଏହି ଆଉଟ୍ଫିଟ୍ରେ ଦୀପିକା ବହୁତ ସୁନ୍ଦରୀ ସହ ଆକର୍ଷଣୀୟ ଦେଖାଯାଉଥିଲେ ।
ଗୀଗି ହଦିଦ୍
ଆମେରିକୀୟ ସୁପର ମଡେଲ୍ ଗୀଗି ହଦିଦ ସର୍ବଦା ‘ନୋ ମେକ୍ଅପ୍ ଲୁକ୍’ରେ ଦେଖାଯାଆନ୍ତିି । ଯଦି ଆପଣ ଖରାଛୁଟିରେ ଲାଇଟ୍ ମେକ୍ଅପ୍ର ଷ୍ଟାଇଲ୍ କରିବାକୁ ଚାହୁଁଛନ୍ତି ତାହେଲେ ଗୀଗି ହଦିଦଙ୍କୁ ନିଜର ଫ୍ୟାଶନ ଆଇକନ୍ ବାଛିପାରିବେ । ଗୀଗିଙ୍କ ଏହି ଫଟୋରେ ସେ ବ୍ଲì ମେଟାଲିକ୍ ଆଇସ୍ୟାଡୋ ସହ ମିନମଲ୍ ମେକ୍ଅପ୍ କରି ନୁ୍ୟଡ୍ ଲିପଷ୍ଟିକ ଏବଂ ବ୍ଲସ୍ ଲଗାଇଛନ୍ତି ।
ପ୍ରିୟଙ୍କା ଚୋପ୍ରା
ଯଦି ଆପଣ ନିଜ ଆଖିକୁ ‘ଶିମରୀ ଲୁକ୍’ ଦେବାକୁ ଚାହୁଁଛନ୍ତି ତାହାଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କଠାରୁ ମେକ୍ଅପ୍ ପରାମର୍ଶ ନେଇପାରିବେ । ଶିମରୀ ସିଲଭର୍ ଆଇସ୍ୟାଡୋକୁ ମସ୍କରା ଏବଂ ଲାସେସ୍ ସହ ଫିନିସିଂ ଟଚ୍ ଦେଇପାରିବେ । ପ୍ରିୟଙ୍କା ନିଜ ଲୁକ୍କୁ ‘ଗ୍ଲସି ନୁ୍ୟଟ୍ରାଲ ଟୋଣ୍ଡ୍ ଲି«’ ସହ ମେକ୍ଅପ୍ କରିଥାଆନ୍ତି ।
ଦିଶା ପାଟନୀ
ଆଜିକାଲି ଯୁବପିଢିଙ୍କ ହୃଦୟରେ ରାଜ୍ କରୁଥିବା ନାୟିକା ଦିଶା ପାଟନୀଙ୍କ ଫ୍ୟାଶନ ସେନ୍ସକୁ ସମସ୍ତେ ପ୍ରଂଶସା କରନ୍ତି । ନିଜକୁ ଟ୍ରେଣ୍ଡିଂ ଲୁକ୍ ଦେବାକୁ ଚାହିଁଲେ ଆପଣ ଦିଶାଙ୍କ ଲାଇଫ୍ ଷ୍ଟାଇଲକୁ ବାଛିପାରିବେ । ଦିଶା ଆଖିରେ ଆଇଲାଇନର୍ ଦ୍ୱାରା ବୋଲï କରିବା ସହ ନିୟାନ ଗ୍ରୀନ ଆଇସ୍ୟାଡୋ ଲଗାଇଥାଆନ୍ତି । ତାଙ୍କର ଏହି ଭିନ୍ନ ଅନ୍ଦାଜ ଲୁକ୍ ଫ୍ୟାନମାନଙ୍କୁ ଖୁବ୍ ପସନ୍ଦ ଆସିଛି । ଦିଶା ସବୁବେଳେ ଟୋନï ମେକ୍ଅପ୍ ଏବଂ ନୁ୍ୟଡ୍ ଲି« ମେକ୍ଅପ୍ କରିଥାଆନ୍ତି ।
ସୋନମ କପୁର
ବଲିଉଡ୍ର ଫ୍ୟାଶନ କୁଇନ୍ ସୋନମ କପୁର ସବୁବେଳେ ଫ୍ୟାଶନ ଏବଂ ମେକ୍ଅପ୍ ସହ ନୂଆ ନୂଆ ପରୀକ୍ଷଣ କରିଥାଆନ୍ତି ଏବଂ ତାଙ୍କର ମେକ୍ଅପ୍ ସମ୍ପର୍କରେ ସୋସିଆଲ ମିଡିଆରେ ସେୟାର କରନ୍ତି । ଏହି ଛବିରେ ସୋନମ ଫ୍ଲୋରାଲ୍ ଟପ୍ ସହ ହେଭି ଜୁଏଲାରୀ ପିନ୍ଧିଥିବା ନଜର ଆସୁଛନ୍ତି । ଏଥିସହ ଆଖିରେ ମଷ୍ଟାର୍ଡ ୟେଲୋ କର୍ଲରର ଆଇସ୍ୟାଡୋ ଲଗାଇଥିବା ସହ ନୁ୍ୟଡ୍ ଲି« ଲଗାଇଛନ୍ତି । ଯଦି ଆପଣ ସୋନମ କପୁରଙ୍କୁ ନିଜ ଷ୍ଟାଇଲ୍ ଆଇକନ୍ ବାଛିବାକୁ ଚାହୁଁଛନ୍ତି ତାହାଲେ ତାଙ୍କୁ ସୋସିଆଲ ମିଡିଆରେ ଫଲୋ କରି ନୂଆ ନୂଆ ମେକ୍ଅପ୍ ଟି« ସମ୍ପର୍କରେ ଜାଣିପାରିବେ ।

Comments are closed.