ଭୁବନେଶ୍ୱର: ଜୁଲାଇ ୧୪: ଆସନ୍ତାକାଲିଠାରୁ ୧୮ରୁ ୫୯ ବର୍ଗର ଲୋକଙ୍କୁ ମାଗଣା ଟିକାକରଣ ଆରମ୍ଭ ହେଉଛି । ୯୮% ୧୨ରୁ ୧୪ ବର୍ଷର ପିଲାଙ୍କର ପ୍ରଥମ ଡୋଜ, ୭୨% ଦ୍ୱିତୀୟ ଡୋଜ ଦିଆଯାଇଛି । ଠିକ୍ ସେହିପରି ୯୨% ୧୫ରୁ ୧୭ ବର୍ଷ ପିଲାଙ୍କୁ ପ୍ରଥମ ଡୋଜ ଏବଂ ୮୨%ଙ୍କର ଦ୍ୱିତୀୟ ଡୋଜ ଟିକାକରଣ କରାଯାଇଛି । ୧୮ରୁ ଅଧିକ ବୟସ ବର୍ଗର ଲୋକଙ୍କର ୯୬% ପ୍ରଥମ ଡୋଜ ଏବଂ ୯୦%ଙ୍କର ଦ୍ୱିତୀୟ ଡୋଜ ଟିକାକରଣ ସରିଛି ବୋଲି ଆଜି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ୯୯% ଲୋକ ବୁଷ୍ଟର୍ ଡୋଜ େଇ ନାହାନ୍ତି । ବର୍ତ୍ତମାନ ପ୍ରିକସନ ଡୋଜ୍ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । କରୋନା ଯୋଦ୍ଧା, ସମ୍ମୁଖ ଧାଡ଼ିର ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀ ଓ ୬୦ ବର୍ଷରୁ ଅଧିକ ଲୋକମାନଙ୍କ ମଧ୍ୟରୁ ୨୮%ଙ୍କର ଟିକାକରଣ କରାଯାଇଛି ।
ସୂଚନା ଥାଉଯେ, ଆସନ୍ତାକାଲିଠାରୁ ଅର୍ଥାତ୍ ୧୫ ରୁ ୧୮ରୁ ୫୯ ବର୍ଷର ନାଗରିକମାନେ ଡୋଜ ମାଗଣାରେ ନେଇପାରିବେ । ଏହା ୭୫ ଦିନ ପର୍ଯ୍ୟନ୍ତ ଚାଲିବ । ରାଜ୍ୟରେ ପାଖାପାଖି ୩ ହଜାର ସରକାରୀ ଟିକାକରଣ କେନ୍ଦ୍ର ରହିଛି । ସେଠି ମାଗଣାରେ ଟିକାକରଣ କରିପାରିବେ । କେନ୍ଦ୍ରଗୁଡ଼ିକରେ ଟିକା ଦେବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି ।

Comments are closed.