ଜମ୍ମୁ-କାଶ୍ମୀରରେ ୯୭ ସକ୍ରିୟ ଆତଙ୍କବାଦୀ ନିପାତ କରିବାକୁ ସଜ ହେଲେ ସେନା

ଦିଲ୍ଲୀ: ନଭେମ୍ବର ୧୫: ଜମ୍ମୁ-କାଶ୍ମୀର ମାଟିରୁ ଆତଙ୍କର ମୂଳୋତ୍ପାଟନ କରିବାକୁ ସଜ ହେଉଛନ୍ତି ଭାରତୀୟ ସେନା । ଏଥିପାଇଁ କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ମଧ୍ୟ ସେନାର ଏହି କାର୍ଯ୍ୟରେ ଯୋଗ ଦେଇଛନ୍ତି । ସକ୍ରିୟ ଆତଙ୍କବାଦୀଙ୍କ ଏକ ତାଲିକା ଲିଷ୍ଟ ପ୍ରସ୍ତୁତ କରିଛି ଗୁଇନ୍ଦା । ଗୁଇନ୍ଦା ବିଭାଗ ଜମ୍ମୁ କାଶ୍ମୀରର ୯ ଟି କ୍ଷେତ୍ରରେ ସକ୍ରିୟ ଥିବା ପାଖାପାଖି ୯୭ ଜଣ ଆତଙ୍କବାଦୀଙ୍କୁ ଚିହ୍ନଟ କରିଛି । ଚିହ୍ନଟ ଆତଙ୍କବାଦୀଙ୍କ ମଧ୍ୟରେ ୨୪ଜଣ ହିଜବୁଲ ମୁଜାହିଦ୍ଦିନ୍‌ , ୫୨ ଜଣ ଲସ୍କର-ଏ -ତୋଇବା , ୧୧ଜଣ ବଦର ଓ ୯ ଜଣ ଜୈସ୍‌ ଏ ମେହମ୍ମଦ ସଙ୍ଗଠନର ବୋଲି ଜଣାପଡ଼ିଛି ।

ତେବେ ପୁଲୱାମାରେ ସର୍ବାଧିକ ଆତଙ୍କବାଦୀ ସକ୍ରିୟ ଥିବା ସୂଚନା ମିଳିଛି । କାଶ୍ମୀରର ୯ଟି ଅଞ୍ଚଳରେ ପୁଲୱାମାରେ ସର୍ବାଧିକ ଆତଙ୍କବାଦୀ ଅଛନ୍ତି । ପୁଲୱାମାରେ ମୋଟ ୩୬ ଜଣ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି । ଯେଉଁମାନଙ୍କ ମଧ୍ୟରୁ ୧୦ ଜଣ ହିଜବୁଲ ମୁଜାହିଦ୍ଦିନ, ୧୭ ଜଣ ଲସ୍କର , ୪ ଇସବାଦର , ୪ ଜଣ ଜୈସ ଆତଙ୍କବାଦୀ ଅଛନ୍ତି । ଏହାସହିତ ସୋପିଆନ୍‌ ମଧ୍ୟ କିଛି ଆତଙ୍କବାଦ ଥିବା ଖବର ରହିଛି । ସେହିପରି କୁଲଗାମରେ ମୋଟ ୧୩ ଜଣ, ଶ୍ରୀନଗରର ୮ ଜଣ, ଅନନ୍ତନାଗରେ ୮ ଜଣ ଏବଂ ବାରାମୁଲାରେ ୫ ଜଣ ଆତଙ୍କବାଦୀ ସକୟିୟ ରହିଛନ୍ତି । ଭାରତୀୟ ସେନା ସମସ୍ତ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ୍‌ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି ।

Govt

Comments are closed.