୯ ବିଧାୟକଙ୍କୁ ଦିଲ୍ଲୀରୁ କଂଗ୍ରେସ ସୁପ୍ରିମୋଙ୍କ ଡାକରା

ନୂଆଦିଲ୍ଲୀ: ଜୁନ୍‌ ୨୧:ରାଜ୍ୟର ୯ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀରୁ ଡକରା ଆସିଛି । ଏଆଇସିସି ପକ୍ଷରୁ ଡକରା ହୋଇଥିବା ନେଇ କଂଗ୍ରେସର ବରିଷ୍ଠ ବିଧାୟକ ତାରା ବାହିନୀପତି ସୂଚନା ଦେଇଛନ୍ତି । ଆଜି ସଂଧ୍ୟାରେ ଓଡ଼ିଶାର ୯ କଂଗ୍ରେସ ବିଧାୟକ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି । ରାହୁଲ, ସୋନିଆଙ୍କୁ ଇଡିର ନୋଟିସକୁ ନେଇ ରଣନୀତି ପ୍ରସ୍ତୁତ ପାଇଁ ଡାକରା ହୋଇଛି । ଏଥିସହ ଦଳୀୟ ସଂଗଠନ ଉପରେ ଆଲୋଚନା ମଧ୍ୟ ହେବ ବୋଲି କହିଛନ୍ତି ତାରା ବାହିନୀପତି । ତେବେ ନ୍ୟାସନାଲ ହେରଲï ମାମଲାରେ ଇଡି ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ଉଭୟଙ୍କୁ ସମନ କରିଛି । ଏହି ଠକେଇର ପର୍ଦ୍ଦାଫାସ୍‌ କରିବାକୁ ଜୋରସୋରରେ ଲାଗିଛନ୍ତି ଇଡି । ଏହାରି ଭିତରେ ସେମାନଙ୍କୁ ଅଫିସରେ ହାଜର ହେବାକୁ ଥିବାବେଳେ ଦିଆଯାଇଥିବା ଧାର୍ଯ୍ୟ ତାରିଖରେ ରାହୁଲ ବିଦେଶ ଗସ୍ତରେ ଥିଲେ । ସୋନିଆ ଗାନ୍ଧୀ ନିଜ ସ୍ୱାସ୍ଥ୍ୟାବସ୍ଥା ନେଇ ହସ୍ପିଟାଲରେ ଥିଲେ । ତେବେ ଏଥିପାଇଁ ଉଭୟ ଇଡିରେ ହାଜର ହେଇପାରିନଥିଲେ । କିନ୍ତୁ ଏବେ ଅନ୍ୟ କୌଣସି ବାହାନା ନାହିଁ । ଉଭୟଙ୍କୁ ଇଡିରେ ହାଜର ହେବାକୁ ହିଁ ପଡିବ । ଏହି ସମ୍ପର୍କିତ ଫୁଲପୃଫ୍‌ ପ୍ଲାନ୍‌ ବନେଇବା ପାଇଁ ବିଧାୟକମାନଙ୍କୁ ଡାକରା ଆସିଥିବା ଆଲୋଚନା ହେଉଛି ।

Comments are closed.