ଏନକାଉଣ୍ଟରରେ ୯ ମାଓବାଦୀଙ୍କ ମୃତ୍ୟୁ

ରାୟଗଡା : ମାଓବାଦୀ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀକୁ ସଫଳତା । ଛତିଶଗଡର ଦାନ୍ତେୱାଡା-ବିଜାପୁର ଜିଲ୍ଲାର ସୀମାରେ ଲୋହାଗାଁ ପିଡିଆ ଜଙ୍ଗଲରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିୟମୟ ଘଟିଛି । ଏହି ଏନକାଉଣ୍ଟରରେ ୯ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ଛତିଶଗଡ ସୀମାନ୍ତ ଦାନ୍ତେଓ୍ବାଡା ବିଜେପୁର ଅଂଚଳରେ ମାଓବାଦୀମାନେ ଥିବା ଖବର ପାଇଁ ସୁରକ୍ଷାକର୍ମୀଙ୍କୁ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ୍ ।

ପୋଲିସର ସୂଚନା ଅନୁଯାୟୀ, ମାଓବାଦୀଙ୍କ ପିଏଲଜିଏ କମ୍ପାନୀର ନମ୍ବର-୨ ସହିତ ଯବାନଙ୍କ ଗୁଳିବିନିମୟ ଘଟିଥିଲା । ସୁରକ୍ଷାକର୍ମୀଙ୍କ ଉପରକୁ ଟାର୍ଗେଟ କରି ଆକ୍ରମଣ ହେବାରୁ ଏହାର କଡା ଜବାବ ଦିଆଯାଇଥିଲା । ସୁରକ୍ଷା କର୍ମୀଙ୍କ ଗୁଳିମାଡରେ ୯ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ମାଓବାଦୀଙ୍କ ମୃତଦେହ ସହ ଏସଏଲଆର, ୩୦୩ ଓ ୧୨ ବସ୍ତା ହତିଆର ଜବତ ହୋଇଛି । ବିଜାପୁର ଏସପି ଜିତେନ୍ଦ୍ର ଯାଦବ ଏହାର ସୂଚନା ଦେଇଛନ୍ତି ।

Govt

Comments are closed.