ଗରମ ଡାଲି ପଡ଼ି ଅଷ୍ଟମ ଶ୍ରେଣୀ ଛାତ୍ର ମୃତ

ଭୁବନେଶ୍ୱର : ଗରମ ଡାଲି ପଡ଼ି ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ୍‌ କୋଇଡା ଡେଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ । ମୃତ ଛାତ୍ର ଜଣଙ୍କ ହେଲେ ଗେଲେଟ ହାନଗା। ତାଙ୍କ ଘର ପାଟମୁଣ୍ଡାରେ ବୋଲି ଜଣାଯାଇଛି। ସେ ଡେଙ୍ଗୁଳା ଉଚ୍ଚ ବିଦ୍ୟାଳୟ ହଷ୍ଟେଲ ରେ ରହି ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ସେ ଗତ ୬ ତାରିଖ ଦିନ ହଷ୍ଟେଲ ରେ ଥିବା ରୋଷେୟା ସହିତ ମିଶି ଡାଲି କଡେଇ ତଳକୁ ଓହ୍ଲାଉଥିବା ବେଳେ ଛାତ୍ରଙ୍କ ହାତରୁ କଡେଇ ଖସି ପଡି ତାଙ୍କ ଦେହରେ ଢାଳି ହୋଇ ଯାଇଥିଲା ଗରମ ଡାଲି । ଏହାପରେ ପ୍ରଥମେ ତାଙ୍କୁ କୋଇଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ରାଉରକେଲା RGHରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରର ମୃତ୍ୟୁ ହୋଇଯାଇଛି । ଏହି ଘଟଣା ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

Govt

Comments are closed.