ବଲିଉଡ ଅଭିନେତା ତନୁଜ ବିରବାନୀ ନିଜ ଅଭିନୟ ବଳରେ ଆଗଧାଡିର ଅଭିନେତା ହୋଇ ପାରିଛନ୍ତି । ନିକଟରେ ନିଜର ଅଭିନୟ କ୍ୟାରିୟରକୁ ନେଇ ମନଖୋଲି ଏହି ଅଭିନେତା କଥା ହୋଇଛନ୍ତି । ତାଙ୍କୁ ବିଶେଷଭାବେ ରାଣା ନାଇଡୁ େଓ୍ୱବ୍ ସିରିଜ୍ରୁ ପରିଚୟ ମିଳିଥିଲା । ଏହି ସିରିଜ୍ରେ ଅଭିନୟ କରିବାପରେ ତାଙ୍କର ଘରେଘରେ ଫ୍ୟାନ ସୃଷ୍ଟି ହୋଇଥିଲେ । ଖୁବଶୀଘ୍ର ତାଙ୍କୁ ଏହାର ସିଜିନ୍ ୨ରେ ମଧ୍ୟ ଦେଖିବାକୁ ମିଳିବ ବୋଲି ଜଣା ପଡିଛି । ଏହି ସିରିଜ୍ଟି ତାଙ୍କର ଖୁବ ପସନ୍ଦ, ଏହାର ପୁରାୟୁନିଟ୍ ତାଙ୍କର ଖୁବ ପସନ୍ଦ ତେଣୁ ସେ ଏହାର ସିଜିନ୍ ୨ ସହିତ ଯୋଡି ହୋଇଥିବା ପ୍ରକାଶ କରିଛନ୍ତି । ସେହିଭଳି ସେ ଅଭିନୟକୁ ଖୁବ ଭଲ ପାଇଥାଆନ୍ତି । ତାଙ୍କୁ ସାରା ଜୀବନ ଅଭିନୟ କରିବାର ଅଛି ବୋଲି ସେ ମତ ଦେଇଛନ୍ତି । ତାଙ୍କୁ ବଡବଡ ସେଲିବ୍ରିଟିଙ୍କ ଭଳି ଫିଲ୍ମ ନମିଳିଲେ ବି ସେ ଅଭିନୟ ଜାରି ରଖିବେ । ଛୋଟଛୋଟ ଚରିତ୍ର ବା ପ୍ରୋଜେକଫରେ କୌଣସି ଫରକ ତାଙ୍କୁ ପଡିନଥାଏ ବୋଲି ସେ ମତ ଦେଇଛନ୍ତି । ସୂଚନା ଅନୁସାରେ ଏହି ସିରିଜ୍ରେ ତନୁଜଙ୍କୁ ସପୋର୍ଟିଂ ଚରିତ୍ରରେ ଦେଖିବାକୁ ମିଳିବ । ସେହିଭଳି ଅନ୍ୟପଟେ ଏହି ସିରିଜ୍ରେ ଭେଙ୍କଟେଶ ଓ ରାଣାଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ ।

Comments are closed.