ଡ୍ରାଇଭରଙ୍କୁ ଆକ୍ରମଣ ଘଟଣାରେ ୮ ଗିରଫ

ବଲାଙ୍ଗୀର : ଆନ୍ଦୋଳନରତ ଡ୍ରାଇଭରଙ୍କୁ ଆକ୍ରମଣ ଘଟଣା । ୮ ଜଣଙ୍କୁ ଗିରଫ କରିଛି ବଲାଙ୍ଗୀର ଜିଲ୍ଲା ପୁଇଁତଳା ପୋଲିସ । ତେବେ ଏହି ଆକ୍ରମଣ କରିଛନ୍ତି ଅନ୍ୟ କେତେଜଣ ଆନ୍ଦନକାରୀ ଡ୍ରାଇଭର । ବଲାଙ୍ଗୀର-ସୋନପୁର ଜାତୀୟ ରାଜପଥ ଟୋଲ୍ ଗେଟ୍ ନିକଟରେ ଡ୍ରାଇଭରଙ୍କୁ ଆକ୍ରମଣ କରାଯାଇଥିଲା । ଆକ୍ରମଣରେ ଆହତ ହୋଇଥିବା ଡ୍ରାଇଭର ହେଲେ ମନୋଜ ବଗର୍ତ୍ତୀ । ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗୀର ସନ୍ଥ ଭୀମଭୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ ।

ଘଟନାନୁସାରେ,ଆଜକୁ ୪ ଦିନ ହେଲାଣି ଡ୍ରାଇଭର ସଂଘ ଆନ୍ଦୋଳନ ଜାରି ରଖିଛି । ଆଜି ସକାଳେ ବଲାଙ୍ଗୀର-ସୋନପୁର ରାସ୍ତାରେ ଆନ୍ଦୋଳନ ଚାଲିଥିବାବେଳେ ସୋନପୁର ଜିଲାର ଶରଧାପାଲି ଇଥାନଲ ପ୍ଳାଣ୍ଟରୁ ଏକ ଟ୍ରକ ଚଲାଇ ମନୋଜ ବଗର୍ତ୍ତୀ ବଲାଙ୍ଗୀର ଅଭିମୁଖେ ଆସୁଥିବାବେଳେ ତାଙ୍କୁ ଆନ୍ଦୋଳନରତ ଡ୍ରାଇଭରମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଗୁରୁତର ଅବସ୍ଥାରେ ମନୋଜଙ୍କୁ ଭୀମଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏ ନେଇ ସମ୍ପୃକ୍ତ ଡ୍ରାଇଭର ପୁଇଁନ୍ତଳା ଥାନାରେ ଲିଖିତ ଅଭିଯୋଗ ହେବାରୁ ଘଟଣାର ତଦନ୍ତ କରି ୮ ଜଣଙ୍କୁ ଗିରଫ କରିଛି ପୋଲିସ ।

Govt

Comments are closed.