ନାକଚ ହେଲା ୭୦୩୯ ଓପିଏସସି ଆବେଦନ ପତ୍ର

ଭୁବନେଶ୍ୱର: ଜୁଲାଇ ୧୩: ଓପିଏସସି ଆଶାୟୀଙ୍କୁ ବଡ ଝଟକା । ଛୋଟ ତ୍ରୁଟି ପାଇଁ ହେଇଗଲା ଦରଖାସ୍ତ ବାତିଲ । ରାଜ୍ୟର ୭୦୩୯ ଜଣ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ଆଶାୟୀ ଦେଇ ପାରିବେନି ପରୀକ୍ଷା । କାରଣ କମିସନ୍‌ ଏମାନଙ୍କ ଫର୍ମକୁ ନାକଚ କରିଦେଇଛନ୍ତି । ତେବେ ତ୍ରୁଟି ସୁଧାରିବା ଲାଗି ଦ୍ୱିତୀୟ ସୁଯୋଗ ମିଳୁ ବୋଲି ଦାବି କରିଛନ୍ତି ଆଶାୟୀ । ପୂର୍ବତନ ଓପିଏସସି ଅଧ୍ୟକ୍ଷଙ୍କ କହିବା ଅନୁସାରେ, କମିଶନ ନିଜେ ଚାହିଁଲେ ଦ୍ୱିତୀୟ ସୁଯୋଗ ଦେଇପାରିବେ । ସେପଟେ ସଚେତନ ହୋଇ ସିଭିଲ ସର୍ଭିସ ଫର୍ମ ପୂରଣ କରିବାକୁ ପରାମର୍ଶ ଦେଇଛନ୍ତି ଏକ୍ସପର୍ଟ । ଦରଖାସ୍ତଗତ ତ୍ରୁଟି ଲାଗି ଏକକାଳୀନ ଏତେ ସଂଖ୍ୟକ ଆବେଦନକୁ ନାକଚ କରିଦେଇଛି ଓପିଏସସି । ଯାହାକୁ ନେଇ ବର୍ତ୍ତମାନ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ତେବେ ନାକଚ ଲାଗି କମିଶନ ନିଜ େୱବସାଇଟରେ ଦର୍ଶାଇଥିବା କାରଣ ଗୁଡିକ ହେଲା । ବ୍ୟକ୍ତିଗତ ବିବରଣୀ ନଦେବା, ଠିକଣା ବିବରଣୀ ନଦେବା, ଫିଜିକାଲ ମେଜରମେଣ୍ଟ, ଶିକ୍ଷାଗତ ଯୋଗ୍ୟତା ବିବରଣୀ ନଥିବା ଓ ଅନ୍ୟ ପ୍ରମାଣ ପତ୍ର ଅନ୍‌ ଲାଇନରେ ଅପଲୋଡ୍‌ ନହେବା । ସିଭିଲ୍‌ ସର୍ଭିସ ପରୀକ୍ଷା ପାଇଁ ପ୍ରିଲିମ୍‌, ମେନ୍‌ ଓ ଇଣ୍ଟରଭ୍ୟୁ ଭଳି ତିନିଟି ସ୍ତରରେ ପରୀକ୍ଷା ହୋଇଥାଏ । ପିଲାମାନଙ୍କ ବର୍ଷ ବର୍ଷ ଧରି ଅପେକ୍ଷାକୁ ଏପରି ସାମାନ୍ୟ ଭୁଲ୍‌ ପାଇଁ ଏଡେଇ ନଦେବା ପାଇଁ କୁହାଯାଉଛି ।

Govt

Comments are closed.