ରାଜଧାନୀରେ ୭ ଲକ୍ଷ ଜାଲ୍‌ ନୋଟ୍‌ ଠାବ: ଦୁଇ ଗିରଫ

ଭୁବନେଶ୍ୱର: ମାର୍ଚ୍ଚ ୦୨: ରାଜଧାନୀ ଭୁବନେଶ୍ୱରରେ ୭ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ। ଖାରବେଳ ନଗର ଅଞ୍ଚଳରୁ କମିଶନରେଟ୍ ପୋଲିସ୍ ଏହାକୁ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ସତ୍ୟନାରାୟଣ ଓ ଭୁନା ନାମକ ଦୁଇ ବ୍ୟକ୍ତି କିଛି ବର୍ଷ ହେଲା ଜାଲ୍ ନୋଟ୍ କାରବାର ଚଳାଇ ଆସୁଥିଲେ। ଉଭୟ ଅଧିକ ଟଙ୍କା ରୋଜଗାର କରିବା ନିଶାରେ ପଡ଼ି ଜାଲ୍ ନୋଟ୍ ଛାପିବାକୁ ଯୋଜନା କରିଥିଲେ। ଭୁନା ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନ ବୁଲି ଟଙ୍କା ଛାପିବା କୌଶଳ ଶିଖିଥିଲେ। ଏହାପରେ ୟୁଟ୍ୟୁବ୍ ଦେଖି ତାଲିମ ମଧ୍ୟ ନେଇଥିଲେ। ୨୦୦ ଟଙ୍କିଆ ନୋଟ୍ ଛାପିବା ସହଜ ଏବଂ ଆକ୍ୟୁରେଟ୍ ହେବାରୁ ଲଗାତାର ଭାବେ ସେମାନେ ୨୦୦ ଟଙ୍କିଆ ନୋଟ୍ ଛାପିଥିଲେ ବୋଲି ଖାରବେଳ ନଗର ପୋଲିସ କହିଛି। ଏହି ଟଙ୍କା ସେମାନେ ପ୍ରଥମେ ଚାକିରି ଦେବାକୁ ପ୍ରଲୋଭନ ଦେଖାଇ ଠକିଥିବା ଲୋକଙ୍କ ଦ୍ୱାରା ବଦଳାଉଥିଲେ ବୋଲି ପୋଲିସ ତରଫରୁ ସୂଚନା ଦିଆଯାଇଛି।

Govt

Comments are closed.