ଇନ୍ଦୋର: ମେ ୦୭: ଗତକାଲି ରାତିରେ ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲା ଅନ୍ତର୍ଗତ ସ୍ୱର୍ଣ୍ଣବାଗ କଲୋନିସ୍ଥିତ ଗୋଟାଏ ଦ୍ୱିତଳ ଘରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କୁ ଅଗ୍ନି ଲିଭାଇବା ପାଇଁ ପ୍ରାୟ ୩ ଘଣ୍ଟା ସମୟ ଲାଗିଥିଲା । ଏହି ଘଟଣାରେ ୭ଜଣ ବ୍ୟକ୍ତିଙ୍କର ମୃତୁ୍ୟ ହୋଇଛି ।
ଇଲେକ୍ଟ୍ରିକ୍ ମିଟର୍ରେ ସର୍ଟସର୍କିଟ୍ ହେବାରୁ ଅଗ୍ନିକାଣ୍ଡ ଘଟିଥିବା ଖବର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ପୋଲିସ କମିଶନର ଏଚ.ଏନ୍ ମିଶ୍ରଙ୍କ ସୂଚନା ଅନୁସାରେ, ଘଟଣାସ୍ଥଳରୁ ୫ ଜଣଙ୍କର ଜୀବ; ଦU ଶବ ଉଦ୍ଧାର କରାଯାଇଥିଲା । ପରେ ଆଉ ଦୁଇ ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା । ଅଗ୍ନି ଏତେ ଭୟଙ୍କର ଥିଲା ଯେ, ତାହା ଉପର ମହଲାକୁ ବ୍ୟାପିଥିଲା । ଭୟଙ୍କର ଅଗ୍ନି ଦେଖି ଲୋକ ଆତଙ୍କିତ ହୋଇଯାଇଥିଲେ ଓ ଉପର ମହଲାରୁ ତଳକୁ ଡେଇଁ ପଡ଼ିଥିଲେ ।
ମୃତକଙ୍କ ମଧ୍ୟରେ ଇଶ୍ୱର ସିଂହ ସିସୋଡିଆ(୪୫), ନୀତୁ ସିସୋଡିଆ (୪୫), ଆଶିଷ (୩୦), ଗୌରଭ (୩୮) ଏବଂ ଆକାଂଷା (୨୫)ଙ୍କ ପରିଚୟ ମିଳିଥିଲା ବେଳେ ଆଉ ଦୁଇ ଜଣଙ୍କୁ ଚିହ୍ନଟ କରାଯାଇ ନାହିଁ ।
Comments are closed.