୪୨୫ ବସ୍ତା ମହୁଲ ଫୁଲ ଜବତ , ୨ ଗାଡି ସହ ୭ ଗିରଫ

କିସିଣ୍ଡା ଅଞ୍ଚଳରେ ଚୋରା ମହୁଲ କାରବାର

ରେଢାଖୋଲ: ନାକଟିଦେଉଳ ଅଞ୍ଚଳରେ ମହୁଲ ଫୁଲ ଚୋରା ବେପାରୀମାନଙ୍କର ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଏ ପର୍ଯ୍ୟନ୍ତ ଚାଷୀ ମହୁଲ ଫୁଲ ବିକ୍ରି କରିପାରି ନଥିବା ବେଳେ ଦଲାଲମାନେ କମ୍‌ ଦରରେ ଚାଷୀଙ୍କଠାରୁ ମହୁଲ ଫୁଲ କିଣି ଚଢ଼ା ଦରରେ ବାହାର ରାଜ୍ୟରେ ବିକ୍ରି କରି ଲାଭ ବାନ୍‌ ହେଉଛନ୍ତି । ରବିବାର ରାତିରେ କିସିଣ୍ଡା ପୋଲିସ୍‌କୁ ବଡ଼ ସଫଳତା ମିଳିଛି । କିସିଣ୍ଡା ପୋଲସ୍‌ି ରାତି ପ୍ରାୟ ୧୨.୩୦ ସମୟରେ କିସିଣ୍ଡା ଥାନା ଉପରମୁଣ୍ଡା ଗ୍ରାମରୁ ୨ ଟି ଗାଡି ସାହାଯ୍ୟରେ ମହୁଲ ଫୁଲ ଲୋଡ୍‌ ହୋଇ ବାହାରକୁ ଚାଲାଣ କରିବାକୁ ଉଦ୍ୟମ କରୁଥିବା ବେଳେ ଗାଡ଼ି ସହ ଏହାର ମୁଖ୍ୟ ନାୟକ ତଥା ତାର ସହଯୋଗୀମାନଙ୍କୁ ପୋଲିସ୍‌ ଗିରଫ କରିଛି ।

୪୨୫ ବସ୍ତା ମହୁଲ ଫୁଲ ଜବତ , ୨ ଗାଡି ସହ ୭ ଗିରଫ

କିସିଣ୍ଡା ପୋଲିସ୍‌ ରାତିରେ ବଳମ୍‌ , ବଲାସିଂଘା , ଉପରମୁଣ୍ଡା ଗ୍ରାମରେ ପାଟ୍ରୋଲିଙ୍ଗ କରୁଥିବା ବେଳେ ଉପରମୁଣ୍ଡା ଗ୍ରାମରେ ମହୁଲ ଫୁଲ ୨ ଟି ଗାଡିରେ ଲୋଡ ହେଉଥିବା କୌଣସି ସୂତରୁ ଖବର ପାଇ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ୨ ଟି ଚାରି ଚକିଆ ଗାଡିକୁ ପୋଲିସ୍‌ ଜବତ କରି କିସିଣ୍ଡା ଥାନାକୁ ନେଇଯାଇଥିଲା ।
ଏଥରେ ସଂପୃକ୍ତ ଥିବା ମୁଖ୍ୟ ଦଲାଲି ବିଦ୍ୟାଧର ସାହୁ , (ଉପରମୁଣ୍ଡା) ସମେତ ଡିଲେଶ୍ୱର ରାଉଳ (ଟିକିଲିପଡା) , ପ୍ରାଣବନ୍ଧୁ ବନଛୋର , (ବିଜାଗଡ), ଦୁଆରୁ ରାଉଳ (ଉପରମୁଣ୍ଡା) , ସୁବଳ ରାଉଳ , (ଉପରମୁଣ୍ଡା ) ଧବଳେଶ୍ୱର ପୁଲେଇ ,( ଉପରମୁଣ୍ଡା) ନରେନ୍ଦ୍ର ପ୍ରଧାନ , (ମହୁକୁଦ)କୁ ପୋଲିସ୍‌ ଗିରଫ କରିଛି । ଚାଷୀଙ୍କ ଠାରୁ କମ୍‌ ଦରରେ ମହୁଲ କିଣି ଚଢ଼ା ଦରରେ ବିକ୍ରି କରୁଥିବା ମୁଖ୍ୟ ଦଲାଲି ଉପରମୁଣ୍ଡା ଗ୍ରାମର ବିଦ୍ୟାଧର ସାହୁ ଏହି ବେପାରର ମୁଖ୍ୟ ପୁରୋଧା ବୋଲି ଜଣା ପଡିଛି । ସେ ସବୁ ସମୟରେ ଏମିତି ଅନୈତିକ ଭାବରେ ଚୋରାରେ ଜଙ୍ଗଲଜାତ ଦ୍ରବ୍ୟ ଚାଷୀମାନଙ୍କଠାରୁ କିଛି ଚଢା ଦରରେ ବିକ୍ରି କରିଥାଏ ବୋଲି ପୋଲିସ୍‌ ପ୍ରକାଶ କରିଛି । ପୋଲିସ୍‌କୁ ଦଲାଲି ମହୁଲ ଫୁଲ କିଣୁଥିବାର କୌଣସି କାଗଜ ପତ୍ର ଦେଖାଇ ପାରି ନ ଥିଲା ।

ଜବତ ଟ୍ରକ୍‌ ଓଡି-୧୫-ଆର୍‌ ୩୫୯୫ ରେ ୪୦୦ ବସ୍ତା , ଏବଂ ପିକ୍‌ ଅପ୍‌ ଭ୍ୟାନ୍‌ ଓଡି ୧୫-ଏଚ୍‌ ୩୮୩୦ ରୁ ୨୦ ବସ୍ତା କୁ ଜବତ କରାଯାଇଛି । କିସିଣ୍ଡା ଥାନା କେସ୍‌ ନଂ ୟୁ/ଏସ୍‌-୩୭୯/୪୧୧/୩୪ଆଇପିସି/୫୨(ଏ)(ଆଇଆଇ)୬୨ ଓଡିଶା ଏକ୍ସ ସାଇଜ୍‌ ଆଇନ୍‌ ବଳରେ ମାମଲା ରୁଜୁ କରାଯାଇଥିବା ବେଳେ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା କିସିଣ୍ଡା ପୋଲିସ୍‌ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛି । ସମ୍ବଲପୁର ଏସ୍‌ ,ପି ଙ୍କ ନିର୍ଦ୍ଦେଶ କ୍ରମେ କିସିଣ୍ଡା ଥାନାଧିକାରୀ ପ୍ରଶାନ୍ତ କୁମାର ସାମଲ୍‌ ,ଏସ୍‌ ଆଇ ସନତ କୁମାର ମାନଡଙ୍ଗି , ଏସ୍‌ଆଇ କଷ୍ଟୁ ଚରଣ ବେହେରା ସଦଳେବଳେ ଚଢଉରେ ସାମିଲ୍‌ ଥିଲେ ।

Launching Ceremony of “AYUSHMAN BHARAT

Comments are closed.