ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ଼ ପଞ୍ଚାୟତ କୋଇଲିସୂତା ଗ୍ରାମରେ ୬୦ଏକର ଧାନ ଚାଷ ଏବେ ଉଜୁଡିବାକୁ ବସିଲାଣି । ସୂଚନା ମତେ ଚଳିତ ବର୍ଷ ଏହି ଖରିବ ଋତୁରେ ଗ୍ରାମରେ ଥିବା ମା ପୀତାବଳି ପାଣି ପଞ୍ଚାୟତ ୧ ର ଆନିକଟରେ ଥିବା ପ୍ରାୟ ୩୫ଜଣ ଚାଷୀ ଙ୍କ ୬୦ଏକର ଚାଷ ଜମିରେ ଲିପଫ ଦ୍ୱାରା ଧାନ ଚାଷ କରାଯାଇଛି,ଏବଂ ଏହି ପାଣି ପଂଚାୟତର ବିଦ୍ୟୁତ ଖର୍ଚ୍ଚ ବି ଆଗୁଆ ପୈଠ କରାଯାଇଛି । କି;ୁ କୌଣସି କାରଣ ବଶତଃ ଏହି ଲିପଫ ରେ ଲାଗିଥିବା ୬୩ କେବି ଟ୍ରାନ୍ସଫର୍ମର ଟି ଆଜକୁ ୮ ଦିନ ହେଲା ପୋଡି ଯାଇଥିବାରୁ ଏବେ ଲିପଫ ପଏଣ୍ଟ ଅଚଳ ହୋଇ ପଡ଼ିରହିଛି ।
ପୁରୁଣା କଟକ ବିଦ୍ୟୁତ ବିଭାଗକୁ ଅନୁରୋଧ କରିବା ପରେ ବିଭାଗୀୟ କର୍ମଚାରୀ ଆସି ସଜାଡ଼ିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ନୂତନ ଟ୍ରାନ୍ସଫରମର୍ ଆବଶ୍ୟକତା ଥିବା ଚାଷୀଙ୍କୁ ଜଣାଇଥିଲେ । ଯଥା ଶୀଘ୍ର ୨/୩ଦିନ ଭିତରେ ନୂତନ ଟ୍ରାନ୍ସଫର ଲଗାଇ ଯଦି ପାଣି ଚାଷ ଜମିରେ ମଡ଼ା ନ ଯାଏ ତେବେ ଚାଷୀଙ୍କ ୬୦ଏକର ଧାନ ଚାଷ ନଷ୍ଟ ହେବା ସହିତ ଚାଷୀ ଋଣ ଭାରରେ ଭାଙ୍ଗି ପଡିବ । କାରଣ ଏବେ ସବୁ ଧାନ ଗୁଡିକ ଗର୍ଭାବସ୍ଥାରେ । ବୌଦ୍ଧ ବିଦ୍ୟୁତ ବିଭାଗକୁ ଏକ ଦାବିପତ୍ର ପ୍ରଦାନ ସହିତ ଏହି ସମସ୍ୟାର ସମାଧାନ ଯଥାଶୀଘ୍ର କରିବା ପାଇଁ ବିଜୟ ବେହେରା, ରାଜୀବ ବେହେରା, ସୁଶାନ୍ତ ବେହେରା, ନନ୍ଦ ସେଠି, ସୁନୁ ସନ୍ତୋଷ ଗିରି ମକୁନ୍ଦ ପାତ୍ର ଙ୍କ ସମେତ ୩୫ଜଣ ଚାଷୀ ଦାବି କରିଛନ୍ତି ।

Comments are closed.