କଟକ ମୂର୍ତ୍ତି ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ , ୬ ଗିରଫ

0

କଟକ: କଟକ ଦରଘା ବଜାର ଭସାଣ ଗୋଷ୍ଠୀ ସଂଘର୍ଷ ଘଟଣାରେ ପୁଲିସ୍‌ ୬ ଜଣଙ୍କୁ ଗିରଫ କରିଛି। ଏନେଇ ପୁଲିସ୍‌ କମିଶନର ସୂଚନା ଦେଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ କଟକରେ ମା’ ଦୁର୍ଗାଙ୍କ ଭସାଣ ଶୋଭାଯାତ୍ରା ହାତୀ ପୋଖରୀ ଛକ ଅତିକ୍ରମ ବେଳେ ଆକ୍ରମଣ ସହ ଭଙ୍ଗାରୁଜା ହୋଇଥିଲା । ଢେଲାମାଡରେ ଡିସିପିଙ୍କ ସମେତ ୧୫ରୁ ଅଧିକ ଆହତ ହୋଇଥିଲେ। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ପୁଲିସ ସ୍ଥାନୀୟ ଅଞ୍ଚଳରେ ବିଏନ୍‌ଏସ୍‌ର ୧୬୩ ଧାରା ଜାରି କରିଥିଲା। ଉତ୍ତେଜନାକୁ ପ୍ରଶମିତ କରିବାକୁ ଯାଇ ପୁଲିସକୁ ଲାଠିଚାଳନା କରିବାକୁ ପଡିଥିଲା। ।

ମିଳିଥିବା ସୂଚନାନୁସାରେ, ଗତକାଲି ଝାଞ୍ଜିରୀମଙ୍ଗଳା ଭାଗବତ ପୂଜା କମିଟି ମେଢ଼ ହାତୀପୋଖରୀ ଅତିକ୍ରମ କରୁଥିବା ବେଳେ ବାଜୁଥିବା ଗୀତକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହାକୁ ନେଇ ଉଭୟ ପକ୍ଷରୁ ଢେଲା ଓ କାଚ ବୋତଲ ମାଡ଼ ହୋଇଥିଲା । ଝାଞ୍ଜିରୀମଙ୍ଗଳା ଭାଗବତ ପୂଜା କମିଟି ମେଢ଼ ଅଟକି ରହିଥିବା ବେଳେ ରାଉସାପାଟଣା ଦୁର୍ଗାକାଳୀ ମେଢ଼ ତା’କୁ ଅତିକ୍ରମ କରି ଆଗକୁ ଯାଇଥିଲା । ରାଉସାପାଟଣା ମେଢ଼ ଦରଘାବଜାର ଥାନା ଅତିକ୍ରମ କରୁଥିବା ସମୟରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ମେଢ଼ ଶୋଭାଯାତ୍ରାରେ ଯାଉଥିବା ଯୁବକଙ୍କୁ ଆକ୍ରମଣ କରିଥିଲେ । କେଉଁ କାରଣରୁ ଏହି ସଂଘର୍ଷ ହେଲା ତାହାର କାରଣ ଖୋଜୁଛି ପୁଲିସ । ଗଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି ।

ଘଟଣା ପରେ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ କଟକ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବରିଷ୍ଠ ପୋଲିସର ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ସିପି । ଏବେ ସ୍ଥିତି ସ୍ଵାଭାବିକ ରହିଥିବା ବେଳେ ସିସିଟିଭି ଓ ଡ୍ରୋନ୍ ମାଧ୍ୟମରେ ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ କରାଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.