ଭାରତର ଏହି ୧୩ ଟି ସହରରେ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି 5G ଇଣ୍ଟରନେଟ୍ ସେବା

ନୂଆଦିଲ୍ଲୀ : ଭାରତରେ 5G ସ୍ପେକ୍ଟ୍ରମ ର ନିଲାମୀ ସରିଛି I ଦୀର୍ଘ ୭ ଦିନ ଧରି ଚାଲିଥିଲା ଏହି ନିଲାମୀ ପ୍ରକ୍ରିୟା I ସୋମବାର ଅପରାହ୍ନ ରେ ନିଲାମ ଶେଷ ହୋଇଛି। ଏହି ମୋଟ ସ୍ପେକ୍ଟ୍ରମରେ ୧ ,୫୦ ,୧୭୩ କୋଟି ଟଙ୍କାରେ ବିକ୍ରି ହୋଇଥିଲା I

ଦୂର ସଂଚାର ବିଭାଗ ଏହି ନିଲାମରେ ମୋଟ ୪ .୩ ଲକ୍ଷ କୋଟି ଟଙ୍କା ମୂଲ୍ୟର 72 GHz ସ୍ପେକ୍ଟ୍ରମ ବିକ୍ରି କରିବାକୁ ପ୍ରସ୍ତାବ ଦେଇଥିଲା I ଏହି ନିଲାମୀରେ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ବ୍ୟତୀତ ଆଦାନୀ ଏଣ୍ଟରପ୍ରାଇଜେସ୍ ମଧ୍ୟ ଅଂଶଗ୍ରହଣ କରିଥିଲେ ।

ଟେଲିକମ୍ ବିଭାଗ (DoT) ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଭାରତରେ 5G ରୋଲ ଆଉଟ୍ ବିଷୟରେ ସୂଚନା ଦେଇଛନ୍ତି । ୨୨୪ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ଡିସେମ୍ବର ୩୧ , ୨୦୨୨ ସୁଦ୍ଧା ଶେଷ ହେବ ବୋଲି DoT କହିଛି । 5G ବ୍ୟବହାରକାରୀ ଉପକରଣ (UE) ଏବଂ 5G ଦ୍ୱାରା ନେଟୱର୍କ ଉପକରଣଗୁଡ଼ିକର ଏଣ୍ଡ ଟୁ ଏଣ୍ଡ ପରୀକ୍ଷଣ ପାଇଁ ରାସ୍ତା ସଫା ହୋଇ ଯାଇଛି I

ଭାରତରେ 5G ନେଟୱାର୍କ ସେବା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି ଏବଂ ବର୍ତ୍ତମାନ ଏହା ଚଳିତ ମାସ ଶେଷ ସୁଦ୍ଧା ଜିଓ,ଭୋଡାଫୋନ୍ କିମ୍ବା ଏୟାରଟେଲ 5G ସେବା ଲଞ୍ଚ କରିପାରନ୍ତି ବୋଲି ଆଶା କରାଯାଉଛି । ଅଗଷ୍ଟ ମାସରେ 5G ସେବା ଲଞ୍ଚ କରିବାକୁ ଜିଓ ଏବଂ ଏୟାରଟେଲ ପୁର୍ବରୁ ଘୋଷଣା କରି ସାରିଛନ୍ତି। ଆଶା କରାଯାଉଛି ଯେ, ଚଳିତ ମାସ ଶେଷରେ ରିଲିଆନ୍ସ ଇଣ୍ଡଷ୍ଟ୍ରୀଜର ବାର୍ଷିକ ବୈଠକରେ ଜିଓ 5G ସେବା ଲଞ୍ଚ କରିପାରେ। ଏହା ବ୍ୟତୀତ ସେପ୍ଟେମ୍ବର ୨୯ ରୁ ଇଣ୍ଡିଆ ମୋବାଇଲ କଂଗ୍ରେସ (ଆଇଏମସି) ରେ ସରକାର ୫ଜି ଲଞ୍ଚ ହେବାର ସରକାରୀ ଘୋଷଣା କରିପାରନ୍ତି ବୋଲି ମଧ୍ୟ କୁହାଯାଉଛି। ଟେଲିକମ୍ ବିଭାଗ (DoT) ଏହି ଖବରକୁ ଅଫିସିଆଲ୍ କରିଛି। ପ୍ରାରମ୍ଭିକ ସ୍ତରରେ ଭାରତର ୧୩ ଟି ସହରରେ 5G ସେବା ଯୋଗାଇ ଦିଆଯିବ ଏବଂ ଖୁବ୍ ଶୀଘ୍ର ବାକି ସହରଗୁଡିକରେ ସେବା ଆରମ୍ଭ ହେବ I DoT ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଆସନ୍ତୁ ଆସନ୍ତୁ ଜାଣିବା କେଉଁ ୧୩ ଟି ସହର ରେ ପ୍ରଥମେ 5G ନେଟୱାର୍କ ସେବା ଆରମ୍ଭ ହେବ I

ଏହିବର୍ଷ ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଗାନ୍ଧିନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା, ଚେନ୍ନାଇ, ଲକ୍ଷ୍ନୌ ପୁଣେ, ଦିଲ୍ଲୀ ଏବଂ ମୁମ୍ବାଇ ଭଳି ସହରରେ ପ୍ରଥମେ 5G ସେବା ଆରମ୍ଭ ହେବ । କିନ୍ତୁ ଟେଲିକମ୍ ବିଭାଗ ପକ୍ଷରୁ ଏହା ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ ଯେ ,କେଉଁ ଟେଲିକମ୍ ଅପରେଟର ଦେଶରେ ବ୍ୟବସାୟିକ ଭାବରେ 5G ସେବା ଆରମ୍ଭ କରିବ। ମାତ୍ର ଏହି ସେବା ୪ଜ ଭଳି ଏତେଟା ବ୍ୟାପକ ହୋଇ ନ ପାରେ I ଏହା ବ୍ୟତୀତ ସେପ୍ଟେମ୍ବର ୨୯ ରୁ ଇଣ୍ଡିଆ ମୋବାଇଲ କଂଗ୍ରେସ (ଆଇଏମସି) ରେ ସରକାର 5G ଲଞ୍ଚ ହେବାର ସରକାରୀ ଘୋଷଣା କରିପାରନ୍ତି ବୋଲି ମଧ୍ୟ କୁହାଯାଉଛି।

ଭାରତରେ 5G ସେବା କୁ ନେଇ କେତେକଙ୍କ ମନରେ ପ୍ରବଳ ଉତ୍କଣ୍ଠା ରହିଛି I କାରଣ 5G କେତେ ହାଇ ସ୍ପିଡ୍ ଇଣ୍ଟରନେଟ୍ ସେବା ପ୍ରଦାନକାରୀ ଜଣାପଡିବ I ଯଦି ଆପଣ ନୂତନ ସ୍ମାର୍ଟଫୋନ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣ ଶୀଘ୍ର ଭାରତରେ ହାଇ ସ୍ପିଡ୍ 5G ଇଣ୍ଟରନେଟ୍ ସେବା ପାଇପାରିବେ I ବର୍ତ୍ତମାନ, ଏହା ଦେଖିବାକୁ ହେବ ଯେ ଦେଶରେ 5G ନେଟୱାର୍କ ବ୍ୟବହାର ପାଇଁ ଉପଭୋକ୍ତାଙ୍କୁ କେତେ ବ୍ୟୟ କରିବାକୁ ପଡିବ I

Govt

Comments are closed.