ଆସାମ: ମଇ ୧୬: ଆସାମରେ ବନ୍ୟାର ତାଣ୍ଡବ । ୭ଟି ଜିଲ୍ଲାର ପ୍ରାୟ ୫୭ ହଜାର ଲୋକ ରହିଛନ୍ତି ବନ୍ୟା ଘେରରେ । ବନ୍ୟାରେ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡ଼ିକ ହେଲେ କାଚର, ଧେମାଜି, ହୋଜାଇ, କରବି ଆଙ୍ଗଲଙ୍ଗ େୱଷ୍ଟ, ନଅଗାଁ ଓ କାମରୂପ । ବନ୍ୟା ଏବଂ ପ୍ରବଳ ବର୍ଷାରେ ହୋଇଥିବା ଭୂÕଳନ ଯୋଗୁଁ ଦିମା ହାସାଓ ଜିଲ୍ଲା ହାଫଲଙ୍ଗ ଅଞ୍ଚଳର ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା । ଆସାମ ଓ ପଡୋଶୀ ରାଜ୍ୟ ମେଘାଳୟ, ଅରୁଣାଞ୍ଚଳ ପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀନାଳର ଜଳସ୍ତର ବଢିଛି । ଆସାମର କୋପିଲି ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ପାଣି ଘେରରେ ଥିବା ଲୋକଙ୍କୁ ପ୍ରଶାସନ ବଣ୍ଟନ କରିଛି ଶୁଖିଲା ଖାଦ୍ୟ । ପାରା-ମିଲିଟାରି ଫୋର୍ସ, ଏସଡିଆରଏଫ ଟିମ୍ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଛି । ବନ୍ୟା ଯୋଗୁଁ ହୋଜାଇ, ଲଖୀମପୁର, ନାଗା ଜିଲ୍ଲାରେ ବହୁ ରାସ୍ତାଘାଟ, ବ୍ରିଜ ଓ କେନାଲ ଧୋଇଯାଇଛି । ତେବେ ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିଗସ୍ତଲୋକଙ୍କୁ ଏହାର କ୍ଷତିପୂରଣ ଦେବା ନେଇ ଘୋଷଣା କରିଛନ୍ତି ସରକାର ।

Comments are closed.