୫ଟିରେ ସାମିଲ ହେବ ହରଭଙ୍ଗା ବ୍ଲକର ଆଉ ୧୧ଟି ହାଇସ୍କୁଲ

ଗୋଟିଏ ଦିନରେ ସବୁ ସ୍କୁଲ ପରିଦର୍ଶନ କଲେ ଜିଲ୍ଲାପାଳ

ବୌଦ୍ଧ: ନଭେମ୍ବର ୧୦: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ୧୧ଟି ହାଇସ୍କୁଲ ୫ଟିରେ ସାମିଲ ହେବାକୁ ଯାଉଛି । ୫ଟିରେ ରୂପାନ୍ତରଣ ହେବାକୁଥିବା ସବୁ ହାଇସ୍କୁଲଗୁଡିକର ଫିଜିବିଲିଟି ରିପୋର୍ଟ ଦରକାର । ଏଥିପାଇଁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସହିତ ହରଭଙ୍ଗା ବ୍ଲକ ପ୍ରଶାସନିକ ଅଧିକାରୀ ଗୋଟିଏ ଦିନରେ ସକାଳୁ ରାତି ୧୦ଟା ପର୍ଯ୍ୟନ୍ତ ୧୧ଟି ହାଇସ୍କୁଲ ପରିଦର୍ଶନ କରିଥିବା ଜଣାପଡିଛି । ସ୍କୁଲ କମିଟି ଏବଂ ଶିକ୍ଷକମାନଙ୍କ ସହିତ ୫ଟି ରୂପାନ୍ତରଣ ବିଷୟରେ ଆଲୋଚନା ମଧ୍ୟ କରିଥିବା ଜଣାପଡିଛି ।

ଦ୍ୱିତୀୟ ପର୍ଯ୍ୟାୟରେ ବ୍ଲକରେ ୫ଟି ସାମ୍ଭାବ୍ୟ ତାଲିକାରେ ସ୍ଥାନପାଇବାକୁ ଥିବା ସ୍କୁଲଗୁଡିକ ମଧ୍ୟରେ ବାମଣ୍ଡା, ବୀରନରସିଂହପୁର, ସାମ୍ପୋଚ୍‌, ଲୁଣିବାହାଲ, ଓଡିଶା ଆଦର୍ଶ ବିଦ୍ୟାଳୟ ମଣିପୁର, ଆଡେଣିଗଡ,ବାଣୀଭୁଷଣପୁର, କୁଶଙ୍ଗ, ଶଙ୍କୁଲେଇ, ଧଳପୁର,ଏବଂ ରାମଗଡ ଭଳି ୧୧ଟି ହାଇସ୍କୁଲ ରହିଛି । ଏସବୁ ସ୍କୁଲ ୫ଟିରେ ସାମିଲ ହେଲେ ବ୍ଲକରେ ୫ଟି ହାଇସ୍କୁଲ ସଂଖ୍ୟା ୧୪କୁ ଛୁଇଁବ । ଏହା ସହିତ ସବୁ ପଞ୍ଚାୟତରେ ଏକ ମଡେଲ ହାଇସ୍କୁଲ ନିର୍ମାଣ ହେବା ସହିତ ସବୁ ପଞ୍ଚାୟତର ଛାତ୍ରଛାତ୍ରୀ ଏଭଳି ଏକ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନରେ ପାଠପଢିବାକୁ ସୁବିଧା ପାଇପାରିବେ ବୋଲି ବୁଦ୍ଧିଜୀବି ଏବଂ ଅଭିଭାବକ ମହଲରୁ ମତପ୍ରକାଶ ପାଉଛି । ସରକାରଙ୍କ ଏହିଭଳି ଲୋକାଭିମୂଖୀ କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳର ପିଲାମାନେ ପାଠ ପଢ଼ିବାର ଭଲ ସୁଯୋଗ ପାଇବା ସହିତ ଆଧୁନିକ ଯୁଗ ସହିତ ତାଳ ଦେଇ ଚାଲିପାରିବେ । ଏହି କାର୍ଯ୍ୟକ୍ରମକୁ ସବୁ ମହଲରେ ସ୍ୱାଗତ କରାଯାଉଛି । ଏ ସର୍ମ୍ପକରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କହିଛନ୍ତି , ଅତିଶିଘ୍ର ହରଭଙ୍ଗା ବ୍ଲକର ୧୧ଟି ହାଇସ୍କୁଲରେ ୫ଟି ରୁପାନ୍ତରିଣ କାର୍ଯ୍ୟକ୍ରମ ଆରମ୍ଭ ହେବ ।

Govt

Comments are closed.