ଆଜିକାଲି ଡିଜିଟାଲ ପ୍ଲାଟଫର୍ମ ସାଧାରଣ ଜନତାଙ୍କ ମନୋରଞ୍ଜନର ସାଧନ ପାଲଟିଛି । ଏଥିପାଇଁ ସିନେ ଦୁନିଆର ବିଗ୍ ଷ୍ଟାର ଓଟିଟି ଜରିଆରେ ନିଜ ଫିଲ୍ମକୁ ରିଲିଜ୍ କରି ଦର୍ଶକଙ୍କ ନିକଟତର ରହିବାକୁ ଚେଷ୍ଟା କରୁଛନ୍ତି । ଗତ ବର୍ଷ ବହୁ କଳାକାର ଓଟିଟି ଡେବୁ୍ୟ କରିଥିଲେ ଏବଂ ଆଗକୁ କିଛି ଷ୍ଟାର ମଧ୍ୟ ଏହି ନୂଆ ଦୁନିଆରେ ପାଦ ଦେବାକୁ ଚେଷ୍ଟା ଚଳାଇଛନ୍ତି । ଏମାନଙ୍କ ମଧ୍ୟରେ ଏବେ ଆଉ ୫ଟି ସେଲିବ୍ରେଟିଙ୍କ ନାଁ ଯୋଡ଼ି ହୋଇଯାଇଛି । ତେବେ ଏହି ତାଲିକାରେ ସର୍ବପ୍ରଥମ ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତଙ୍କ ନାଁ ରହିଛି ।
ନୂଆ ବର୍ଷରେ ଅଭିନେତ୍ରୀ ମାଧୁରୀ ନେଟଫ୍ଲିକ୍ସରେ ଫାଇଡିଂ ଅନାମିକାରେ ନଜର ଆସିବେ, ଯାହା ତାଙ୍କ ପ୍ରଶଂସକଙ୍କ ପାଇଁ ଆଣିଛି ବହୁତ ବଡ଼ ଖୁସିଖବର । ଖଳନାୟକ ପରି ଫିଲ୍ମରେ ରୋଲ୍ କରିଥିବା ମାଧୁରୀଙ୍କ ଜାଦୁ ଓଟିଟିରେ ଲୋକଙ୍କୁ କେତେ ପସନ୍ଦ ଆସିବ ତାହା ଦେଖିବାର ଅଛି । ସେପଟେ ଦ୍ୱିତୀୟରେ ଅଛନ୍ତି ଭାରତର ପପୁଲାର କମେଡିଆନ କପିଲ ଶର୍ମା ।
ପୂର୍ବରୁ ବଲିଉଡ୍ ଫିଲ୍ମରେ ଏଣ୍ଟ୍ରି କରି କପିଲଙ୍କୁ ଦର୍ଶକଙ୍କ ଢେରସାରା ଭଲପାଇବା ମିଳିଛି । ତାଙ୍କ ପ୍ରୋଜେକଫ ସମ୍ପର୍କରେ ଜଣାପଡ଼ିନଥିବା ବେଳେ ସେ ଖୁବଶୀଘ୍ର ଓଟିଟି ଦୁନିଆକୁ ପ୍ରବେଶ କରୁଥିବା ସୂଚନା ମିଳିଛି । ଏହି ଲିଷ୍ଟରେ ତୃତୀୟ ନାମ ଫିଟନେସ୍ କୁଇନ ଶିଳ୍ପା ସେଟ୍ଟୀଙ୍କ ରହିଛି । ଶିଳ୍ପା ଏକ େୱବ୍ସିରିଜ୍ ଜରିଆରେ ଡିଜିଟାଲ ଡେବୁ୍ୟର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ।
ଏହାର ସୁଟିଂ ନୂଆ ବର୍ଷରେ ଆରମ୍ଭ ହେବ ବୋଲି ଶିଳ୍ପା ଏକ ଇଣ୍ଟରଭୁ୍ୟରେ କହିଛନ୍ତି । ଚତୁର୍ଥ ନାମ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନାଙ୍କ ରହିଛି । ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ଭୁଜ: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆରେ ନଜର ଆସିଥିଲେ । ସୋନାକ୍ଷୀ ବର୍ଷ ୨୦୨୨ରେ ଏକ େୱବ୍ ସିରିଜ୍ରେ ଲିଡ୍ ରୋଲ୍ କରୁଥିବା ଦେଖିବାକୁ ମିଳିବେ । ଶେଷରେ ଅଜୟ ଦେବଗନ ମଧ୍ୟ ଡିଜିଟାଲ ଏଣ୍ଟ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି ।
Comments are closed.