ବ୍ରହ୍ମପୁର : କ୍ରିକେଟ ଖେଳରୁ ହତ୍ୟାକାଣ୍ଡ I ଖେଳ ଦେଖି ଫେରୁଥିବାବେଳେ ସଙ୍ଘବଦ୍ଧ ଆକ୍ରମଣରେ ଶିକାର ହୋଇଥିଲେ ଯବାନ ଜେ.ଦିଲେଶ୍ଵର ପାତ୍ର I ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବ୍ରହ୍ମପୁର ବଡ଼ ମେଡିକାଲ ଓ ପରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ଅଣାଯାଇଥିଲା I ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ୪ ଦିନ ପରେ ମୃତ୍ୟୁ ଘଟିଥିଲା I ଯବାନଙ୍କୁ ହତ୍ୟା ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କାଳିପଲ୍ଲୀ ଗ୍ରାମର ସିଏଚ୍.ଶେଖର ପାତ୍ର(୨୩), ଜେ.କଲ୍ୟାଣୀ ପାତ୍ର(୧୯) ଓ ବି.ଚିନେୟା ପାତ୍ର(୨୬) ଏବଂ ନିମଖଣ୍ତି ଥାନା ଜି.ଜଗନ୍ନାଥପୁର ପାଲିଗାଁର ସିଏଚ୍.ବିକି କୁମାର ପାତ୍ର(୨୬) ଓ ବି. ବୁଲୁ ପାତ୍ର(୨୬)। ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ରାମକୃଷ୍ଣ ସ୍ବାଇଁ ଓରଫ୍ ମାଖନ ଫେରାର ରହିଛି I
ସୂଚନାନୁସାରେ,ଗଞ୍ଜାମ ଜିଲ୍ଲା ଚମାଖଣ୍ତି ଥାନା ଅନ୍ତର୍ଗତ କାଳିପଲ୍ଲୀ ଗ୍ରାମର ସେନା ଯବାନ ଜେ.ଡିଲେଶ୍ବର ପାତ୍ର I ସେ ଭାରତୀୟ ସେନାବାହିନୀରେ କାର୍ଯ୍ୟରତ ଥିବାବେଳେ ୨୦ ଦିନ ପାଇଁ ଛୁଟି ନେଇ ଗାଁ କାଳିପଲ୍ଲୀକୁ ଆସିଥିଲେ I ତେବେ ଗଣେଶପୂଜା ଭସାଣି ବେଳୁ ଗାଁର ଦୁଇ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଦେଖାଦେଇଥିଲା । ଡିଲେଶ୍ବର ଗୋଟିଏ ଗୋଷ୍ଠୀର ନେତୃତ୍ବ ନେଉଥିବା ବେଳେ ଅନ୍ୟ ଏକ ଗୋଷ୍ଠୀର ଅଭିଯୁକ୍ତ ସିଏଚ୍.ଶେଖର ପାତ୍ର ଓ ବି.ଚେନେୟା ପାତ୍ର ନେତୃତ୍ବ ନେଉଥିଲେ I ତେବେ ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ଏହି ଘଟଣାର ସମାଧାନ ହୋଇଥିଲା I ଗତ ୩ ତାରିଖ ଦିନ ଗୋପାଳପୁର ଠାରେ ଚାଲିଥିବା ଏକ କ୍ରିକେଟ୍ ମ୍ୟାଚ୍ରେ ଅତିଥି ଭାବେ ଯୋଗ ଦେବାକୁ ଯାଇଥିଲେ ଜେ.ଦିଲେଶ୍ଵର ପାତ୍ର I କ୍ରିକେଟଦେଖି ଦିଲେଶ୍ଵର ଏବଂ ତାଙ୍କର ୨ ସଜଯୋଗୀ ଫେରୁଥିବାବେଳେ ପୂର୍ବ ଯୋଜନା ମୁତାବକ ହରିପୁର ଛକଠାରେ ଅପରପକ୍ଷ ସିଏଚ୍.ଶେଖର ପାତ୍ର ଗୋଷ୍ଠୀ ଦିଲେଶ୍ଵରଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ଦିଲେଶ୍ଵର ଗୁରୁତର ଭାବରେ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।
ପୁଅର ଏପରି ଅଘଟନରେ ମୃତ୍ୟୁକୁ ନେଇ ଡିଲେଶ୍ୱରଙ୍କ ମା’ ଚମାଖଣ୍ଡି ଥାନାରେ ଏତଲା ଦେବା ପରେ ଏହାର ତଦନ୍ତ ପାଇଁ ପୁଲିସ୍ ଏକାଧିକ ଟିମ୍ ଗଠନ କରିଥିଲା। ଏପରିକି ବ୍ରହ୍ମପୁରଠୁ ଆରମ୍ କରି କଟକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରେଡ୍ କରାଯାଇ ଅଭିଯୁକ୍ତ ୫ ଜଣଙ୍କୁ ଗିରଫ କରାଯାଇଛି।
ଏହି ଘଟଣାରେ ଆଉ କିଏ ସମ୍ପୃକ୍ତ ଥିଲେ ସେମାନଙ୍କ ବିରୋଧରେ ବି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଞ୍ଜାମ ଏସ୍ପି ସୂଚନା ଦେଇଛନ୍ତି।

Comments are closed.