ଟନେଲରୁ ବାହାରିଲେ ୫ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ସଫଳ ହେଲା’ଅପରେସନ ଜିନ୍ଦେଗୀ’I୧୭ ଦିନ ପରେ ଟନେଲରୁ ବାହାରିଲେ ୪୧ ଜଣ ଶ୍ରମିକ । ଭାରତୀୟ ସେନା, ଏନ୍‌ଡିଆର୍‌ଏଫ୍‌,ଏସ୍‌ଡିଆରଏଫଏ ଅନ୍ୟାନ୍ୟ ସଂସ୍ଥା ତଥା ଖନନ ବିଶେଷଜ୍ଞମାନଙ୍କ ଅକ୍ଳାନ୍ତ ଉଦ୍ୟମ ଫଳରେ ମଙ୍ଗଳବାର ରାତିରେ ସମସ୍ତ ୪୧ ଶ୍ରମିକଙ୍କୁ ସୁଡ଼ଙ୍ଗ ବାହାରକୁ ଅଣାଯାଇଛି। ଏମାନଙ୍କ ମଧ୍ୟରେ ଟନେଲ ଭିତରେ ଫସି ରହିଥିଲେ ୫ ଓଡ଼ିଆ ଶ୍ରମିକ I ଉଦ୍ଧାର ସମୟରେ ପ୍ରଥମେ ଏଥିରୁ ୨ଜଣ ଓଡ଼ିଆ ଶ୍ରମିକଙ୍କୁ ବାହାର କରାଯାଇଥିଲା । ୨ଜଣ ଶ୍ରମିକଙ୍କ ମଧ୍ୟରୁ ଜଣେ ବିଶ୍ୱେଶ୍ୱର ନାୟକ ମୟୂରଭଞ୍ଜ ବାଙ୍ଗିରିପୋଷି ବେଢାକୁଦର ହୋଇଥିବା ବେଳେ ଅନ୍ୟଜଣେ ଭଦ୍ରକ ବାସୁଦେବପୁର ବ୍ଲକ ସାନକୃଷ୍ଣପୁରର ତପନ ମଣ୍ଡଳ ବୋଲି ଜଣାପଡିଛି । ଏହାପରେ ଆଉ ୫ ଜଣ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ବାହାରିବା ନେଇ ଶ୍ରମିକଙ୍କ ଘରକୁ ଖବର ଆସି ପହଁଚିଛି । ଗତ ୧୨ ତାରିଖରୁ ବାରିପଦାର ବିଶ୍ୱେଶ୍ୱର ନାୟକ, ଧୀରେନ ନାୟକ, ଝରିଗାଁର ଭଗବାନ ଭତ୍ରା, କୁଳଡିହାର ରାଜୁ ନାୟକ ଓ ଚାଲିଶ ଚେନ ଗାଁର ତପନ ମଣ୍ଡଳ ଟନେଲରେ ଫସିଥିଲେ ।

ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡ ଉତ୍ତରକାଶୀରେ ଘଟିଥିବା ଟନେଲ ଦୁର୍ଘଟଣାରେ ୪୧ ଜଣ ଶ୍ରମିକ ଫସିଯାଇଥିଲେ । ଏହି ଶ୍ରମିକଙ୍କ ମଧ୍ୟରୁ ୫ଜଣ ଓଡ଼ିଆ ଶ୍ରମିକ ସୁଡ଼ଙ୍ଗରେ ଫଶି ରହିଥିଲେ । ବର୍ତ୍ତମାନ ଶ୍ରମିକମାନଙ୍କ ପଦାକୁ ଆସିବା ନେଇ ଶ୍ରମିକଙ୍କ ପରିବାର ଲୋକଙ୍କ ମୁହଁରେ ଖୁସିର ଲହରୀ ଖେଳି ଉଠିଛି । ସବୁଠାରୁ ବଡ଼ କଥା ହେଉଛି ସମସ୍ତ ଶ୍ରମିକ ୧୭ ଦିନ ସୁଡ଼ଙ୍ଗରେ ରହିଲେ ସୁଦ୍ଧା ସେମାନେ ସୁସ୍ଥ ଅଛନ୍ତି । ସରକାରଙ୍କ ସହାୟତା ସେମାନଙ୍କୁ ଏହି ପରିସ୍ଥିତିରେ ଭୟଭୀତ କରାଇ ଦେଇନି ।

Launching Ceremony of “AYUSHMAN BHARAT

Comments are closed.