ଆଜି ୫ ଘଣ୍ଟିଆ ଯଶୀପୁର ବନ୍ଦ ଡାକରା

ଗୋ ମାଫିଆଙ୍କ ଦ୍ୱାରା ଗୋ ସୁରକ୍ଷା କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ଓ ଗୁଳିମାଡ ଘଟଣାରେ ଆଜି ୫ ଘଣ୍ଟିଆ ଯଶୀପୁର ବନ୍ଦ ଡାକରା ଦିଆଯାଇଛି । ବିଜେପି ଓ ଗୋରକ୍ଷକଙ୍କ ତରଫରୁ ଜାତୀୟ ରାଜପଥ ୪୯କୁ ବନ୍ଦ କରାଯାଇଛି । ଅବରୋଧ ସକାସେ ୪୯ ଓ ୨୨୦ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ପ୍ରଭାବିତ ହୋଇଛି । ତେବେ ଏହି ୫ ଘଣ୍ଟିଆ ବନ୍ଦରେ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଥିବା ବେଳେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ସୂଚନା ଅନୁସାରେ, ଗତ ଶନିବାର ସକାଳୁ କିଛି ଗୋ ଚାଲାଣକାରୀ ଏକ ଟ୍ରକରେ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ୪୯ ନମ୍ବର ଜାତୀୟ ରାଜପଥରେ କୋଲକାତା ଅଭିମୁଖେ ଯାଉଥିଲେ । ଗୋଚାଲାଣ କରୁଥିବା ଖବର ପାଇ କିଛି ଦେବସେନାର ଗୋ-ସୁରକ୍ଷା କର୍ମୀ ଟୋଲଗେଟ୍‌ ନିକଟକୁ ଯାଇ ସେଠାର ଗୋ ଚାଲାଣ ହେଉଥିବା ଗାଡିକୁ ଅଟକାଇବା ବେଳେ ଉଭୟ ପକ୍ଷରେ ପାଟିତୁଣ୍ଡ ହୋଇଥିଲା । ଯାହା ପରେ ଗୋ ଚାଲାଣକାରୀ ଗୋ ସୁରକ୍ଷା କର୍ମୀଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲେ । ଗୁଳିମାଡରେ ଦୁଇ ଜଣ ଆହତ ହୋଇଥିବାବେଳେ ଅନ୍ୟଜଣଙ୍କ ହାତରେ ଗୁଳି ବାଜିଥିବା କାରଣରୁ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।

Launching Ceremony of “AYUSHMAN BHARAT

Comments are closed.