ଜମ୍ମୁ ଓ କଶ୍ମୀର, ଦିଲ୍ଲୀ, ନୋଇଡ଼ାରେ ଭୂମିକମ୍ପ

ନୂଆଦିଲ୍ଲୀ: ଫେବୃଆରୀ ୦୫: ଆଫଗାନୀସ୍ତାନ ଓ ତାଜିକିସ୍ତାନ ସୀମାନ୍ତ ଅଞ୍ଚଳରେ ଆଜି ସକାଳ ସମୟରେ ଭୂମିକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ୫.୯ ରହିଥିଲା । ଏହି ଭୂମିକମ୍ପ ହେତୁ ଜମ୍ମୁ ଓ କଶ୍ମୀର, ଦିଲ୍ଲୀ, ନୋଇଡ଼ା ଏବଂ ଏହାର ଆଖପାଖ ସହରଗୁଡ଼ିକରେ କମ୍ପନ ଅନୁଭୂତ ହୋଇଛି ।

ପ୍ରାୟ ୨୦ ସେକେଣ୍ଡ୍‌ ଧରି ଭୂମି ଥରି ଥିବା କଥା ଉତ୍ତର ପ୍ରଦେଶ ଅନ୍ତର୍ଗତ ନୋଇଡ଼ାର କେତେକ ବାସିନ୍ଦା ଟୁଇଟ୍‌ କରି ଖବର ଦେଇଛନ୍ତି ।

ଜମ୍ମୁ ଓ କଶ୍ମୀର, ଦିଲ୍ଲୀ, ନୋଇଡ଼ାରେ ଭୂମିକମ୍ପ
ସୂଚନା ଅନୁସାରେ, ଆଜି ସକାଳ ୯.୪୬ରେ ଆଫଗାନିସ୍ତାନ-ତାଜିକିସ୍ତାନ ସୀମାନ୍ତ ଅଞ୍ଚଳରେ ଉକ୍ତ ୫.୭ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହୋଇଥିବା ନ୍ୟାସନାଲ୍‌ ସେଣ୍ଟର୍‌ ଫର୍‌ ସିସିମୋଲୋଜିଦ ଟୁଇଟ୍‌ କରି ସୂଚନା ଦେଇଛି । ଏହି ଭୂମିକମ୍ପର ଗଭୀରତା ଥିଲା ୧୮୧ କିଲୋମିଟର୍‌ ରହିଥିଲା ।
ଆଜି ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ମଧ୍ୟ ରିକଫର୍‌ ସ୍କେଲେରେ ୩.୬ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଥିବା ରିପୋର୍ଟ ମିଳିଛି । କି;ୁ, ଏଥିଯୋଗୁଁ କିଛି କ୍ଷୟକ୍ଷତି ହୋଇନଥିଲା ।

Govt

Comments are closed.