ବିକ୍ରମ ପଣ୍ଡାଙ୍କ ପାଇଁ ଲଢ଼ିବେ ୪୪ ଓକିଲ

0

ବ୍ରହ୍ମପୁର : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ଗିରଫ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ପାଇଁ ଲଢିବେ ୪୪ଜଣ ଓକିଲ । ଏନେଇ କୋର୍ଟରେ ଓକିଲାତନାମା ଦାଖଲ କରିଛନ୍ତି ୪୪ଜଣ ଓକିଲ । ବିକ୍ରମଙ୍କ ସହ ମଳୟ ବିଷୋୟୀ ଓ ମଦନ ଦଳେଇଙ୍କ ପାଇଁ ବି ସେମାନେ ଲଢିବେ ବୋଲି ସୂଚନା ମିଳୁଛି । ଆଜି ବିକ୍ରମ ପଣ୍ଡାଙ୍କ ପାଇଁ ଜାମିନ ଆବେଦନ କରାଯିବ ।

ପୀତବାସ ପଣ୍ଡା ହତ୍ୟା ମାମଲାରେ ଗତ ବୁଧବାର ଦିନ ଗିରଫ ହୋଇଥିଲେ ବିକ୍ରମ ପଣ୍ଡାଙ୍କ ସହ ୧୩ ଜଣଙ୍କୁ ଗିରଫ କରାଯାଇଛି । ତେବେ ଏହା ଏକ ରାଜନୈତିକ ଆକ୍ରୋଶ । ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଜାଣିଶୁଣି ଏହି କେଶରେ ଫସାଯାଇଛି । ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯିବା ପରେ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି।

Launching Ceremony of “AYUSHMAN BHARAT
Leave A Reply

Your email address will not be published.