ସମ୍ଭାବ୍ୟ ବାତ୍ୟା ପାଇଁ ୪୨ଟି ଟ୍ରେନ ବାତିଲ କଲା ପୂର୍ବତଟ ରେଲୱେ

0

ଭୁବନେଶ୍ୱର : ବାତ୍ୟା ମୋନ୍ଥାଙ୍କୁ ଦୃଷ୍ଟିରେ ରଖି ପୂର୍ବତନ ରେଳବାଇ ପକ୍ଷରୁ ମୋଟ ଟ୍ରେନ ବାତିଲ କରାଯିବା ସହିତ କିଛିର ଗନ୍ତବ୍ୟ ସ୍ଥଳ ପରିବର୍ତ୍ତନ କରାଯାଇଛି । ମଙ୍ଗଳବାର ରେଳବାଇ ବିଭାଗ ପକ୍ଷରୁ ଜାରି ସଦ୍ୟ ବୁଲେଟିନ୍ ଅନୁସାରେ ମୋଟ ୪୨ଟି ଟ୍ରେନ୍ ବାତିଲ କରାଯିବ ସହିତ ୨ଟିର ଗତିପଥ ପରିବର୍ତ୍ତନ କରାଯାଇଛି । ସେହିପରି ୫ଟି ଟ୍ରେନକୁ ସଂକ୍ଷିପ୍ତ/ସଂକ୍ଷିପ୍ତ ଆରମ୍ଭ କରାଯାଇଛି ଏବଂ ୮ଟି ଟ୍ରେନର ସମୟସୂଚୀ ପୁନଃନିର୍ଦ୍ଧାରଣ କରାଯାଇଛି । ପ୍ରମୁଖ ଟ୍ରେନ୍ ମଧ୍ୟରେ ଆଜି ଯାତ୍ରା ଆରମ୍ଭ କରିବାକୁ ଥିବା କୋଣାର୍କ ଏକ୍ସପ୍ରେସ (୧୧୦୨୦)କୁ ବାତିଲ କରାଯାଇଛି ।

୪୨ଟି ଟ୍ରେନ ବାତିଲ୍‍ କରାଯାଇଛି ।
୨ଟି ଟ୍ରେନ ଅନ୍ୟ ମାର୍ଗରେ ଚାଳିତ ହେଉଛି (ଡାଇଭର୍ଟ) ।
୫ଟି ଟ୍ରେନ ସଂକ୍ଷିପ୍ତ ଗନ୍ତବ୍ୟରେ ଥାମିବା କିମ୍ବା ଆରମ୍ଭ ହେଉଛି (ସର୍ଟ-ଟର୍ମିନେଟେଡ୍/ସର୍ଟ-ଓରିଜିନେଟେଡ୍) ।
୮ଟି ଟ୍ରେନ ପୁନଃ ସମୟ ନିର୍ଧାରଣ (reschedule) କରାଯାଇଛି ।
ମୁଖ୍ୟ ଟ୍ରେନମାନଙ୍କ ମଧ୍ୟରେ ୧୧୦୨୦ କୋଣାର୍କ ଏକ୍ସପ୍ରେସ୍‍ ଆଜି ବାତିଲ୍‍ କରାଯାଇଛି । ଯାତ୍ରା ଆରମ୍ଭ ପୂର୍ବରୁ ନିଜ ଟ୍ରେନର ସବୁଠୁ ନୂଆ ସ୍ଥିତି ଯାଞ୍ଚ କରନ୍ତୁ ଓ ବାତ୍ୟା ସମୟରେ ଅନାବଶ୍ୟକ ଯାତ୍ରା କରିବାରୁ ବର୍ଜନ ରହିବାକୁ ରେଲୱେ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି

ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ହେଲ୍ପ ଡେସ୍କ ଖୋଲାଯାଇଛି । ଯଦି କୌଣସି ଯାତ୍ରୀ ଯାତ୍ରା ସମ୍ବନ୍ଧରେ ସୂଚନା ପାଇବାକୁ ଚାହୁଁଥିବେ ତେବେ ରେଳବାଇ ଦ୍ୱାରା ନିର୍ଦ୍ଧାରିତ ଅଞ୍ଚଳ ପାଇଁ ଯୋଗାଯୋଗ ନଂ ଜାରି କରାଯାଇଛି । ଖୋର୍ଦ୍ଧା ରୋଡ୍ ଡିଭିଜନରେ ପଲାସା, ଖୋର୍ଦ୍ଧା ରୋଡ୍ ଏବଂ ଭୁବନେଶ୍ୱରରେ ହେଲ୍ପ ଡେସ୍କ ଖୋଲାଯାଇଛି । ୱାଲଟାୟାର ଡିଭିଜନରେ ବିଶାଖାପାଟଣା, ବିଜୟାନଗରମ୍, ଶ୍ରୀକୁଲମ ରୋଡ୍, ଡୁବ୍ବାଡା ଏବଂ ରାୟଗଡ଼ାରେ ମଧ୍ୟ ହେଲପ୍ ଡେସ୍କ ରହିଛି ।

ଯୋଗାଯୋଗ ନଂ ହେଲା-

ବିଶାଖାପାଟନାମ୍: ୦୮୯୧-୨୭୪୬୩୩୦, ୦୮୯୧-୨୭୪୪୬୧୯
ବିଜୟନଗରମ୍: ୦୮୯୨୨-୨୨୧୨୦୨
ଶ୍ରୀକାକୂଲମ୍ ରୋଡ୍: ୦୮୯୪୨-୨୮୬୨୧୩, ୦୮୯୪୨-୨୮୬୨୪୫
ଡୁବ୍ବାଡା : ୦୮୯୧-୨୮୮୩୪୫୬
ରାୟଗଡ଼ା: ୦୮୯୧-୨୮୮୫୭୪୪, ୦୮୯୧-୨୮୮୫୭୫୫
ନୂଆପଡ଼ା: ୦୮୯୧-୨୮୮୫୯୩୭
ଅରାକୁ: ୦୮୯୩୬-୨୪୯୮୩୨
କୋରାପୁଟ: ୦୮୯୧-୨୮୮୪୩୧୮, ୦୮୯୧-୨୮୮୪୩୧୯
ଜଗଦଲପୁର: ୦୮୯୧-୨୮୮୪୭୧୪,୦୮୯୧-୨୮୮୪୭୧୫
ବାବିଲ: ୦୮୯୧-୨୮୮୩୩୨୩, ୦୮୯୧-୨୮୮୩୩୨୫

ସେପଟେ,ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାତ୍ୟା ‘ମୋନ୍ଥା’ ପ୍ରଭାବକୁ ଦୃଷ୍ଟିରେ ରଖି ପୂର୍ବତଟ ରେଲୱେ (ECoR) ଏବଂ ସାଉଥ ସେଣ୍ଟ୍ରାଲ ରେଲୱେ (SCR) ଅଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । ବାତ୍ୟାର ପୂର୍ବ ପ୍ରସ୍ତୁତି, ଯାତ୍ରୀ ସୁରକ୍ଷା, ଟ୍ରେନ ସଂଚାଳନ ନିୟମନ, ପୁନରୁଦ୍ଧାର ଯୋଜନା ଓ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଛନ୍ତି । ଯାତ୍ରୀ ସୁରକ୍ଷାକୁ ସର୍ବୋଚ୍ଚ ଗୁରୁତ୍ୱ ଦେବା, ଯୋଗାଯୋଗ ବ୍ୟବସ୍ଥା ଅବିଚ୍ଛିନ୍ନ ରଖିବା ଉପରେ ଜୋର ଦେଇଛନ୍ତି ରେଳମନ୍ତ୍ରୀ । ସମସ୍ତ ରେଳ ମଣ୍ଡଳକୁ ହାଇ ଆଲର୍ଟ ରହିବା ଓ ବାତ୍ୟା ପରେ ଟ୍ରେନ ସେବା ପୁନରୁଦ୍ଧାର ପାଇଁ ଶୀଘ୍ର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଇଷ୍ଟକୋଷ୍ଟ ରେଲୱେର ସାଧାରଣ ପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲଙ୍କ ସହିତ ବିଭିନ୍ନ ବିଭାଗ ମୁଖ୍ୟ ଓ ବିଭାଗୀୟ ରେଳ ମ୍ୟାନେଜରମାନେ ଏହି ସଭାରେ ଯୋଗଦେଇଥିଲେ ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.