ଗାୟିକା ଲତା ମଙ୍ଗେସକରଙ୍କ ସ୍ମୃତିରେ ସ୍ଥାପନ ହେଲା ୪୦ ଫୁଟର ବୀଣା

ଲକ୍ଷ୍ନୌ: ସଙ୍ଗୀତ ଦୁନିଆର କୋକିଳ ତଥା ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକରଙ୍କ ଜନ୍ମଦିନ ସ୍ମୃତିରେ ଉତ୍ତରପ୍ରଦେଶ ଅଯୋଧ୍ୟା ନଗରୀଠାରେ ୪୦ ଫୁଟର ଏକ ବାଦ୍ୟଯନ୍ତ୍ର ବୀଣା ସ୍ଥାପନ କରାଯାଇଛି । ନଗରୀ ଦେଇ ପ୍ରବାହିତ ସରଯୂ ନଦୀ ତୀର ଅନ୍ତର୍ଗତ ଏକ ପ୍ରମୁଖ ଛକରେ ୧୪ ଟନ୍‌ ଓଜନବିଶିଷ୍ଟ ଗୋଟାଏ ୪୦ ଫୁଟ୍‌ ଲମ୍ବ ଓ ୧୨ ମିଟର ଉଚ୍ଚ ବୀଣା ସ୍ଥାପନ କରାଯାଇଛି । ପଦ୍ମଶ୍ରୀ ରାମ ସୂତାର ଉକ୍ତ ବୀଣାକୁ ନିର୍ମାଣ କରିଛନ୍ତି । ଏହାସହିତ ଉକ୍ତ ଛକର ନାମ ଲତା ଚୌରା ନାମରେ ନାମିତ କରାଯାଇଛି ।

ଏହି ଉଦ୍‌ଘାଟନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ର୍ଭଚୁ୍ୟଆଲ୍‌ ମାଧ୍ୟମରେ ଯୋଗ ଦେଇଥିଲେ । ଏହାଛଡ଼ା ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି. କିଷନ୍‌ ରେzୀ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ । ଦେଶରେ ବିଶାଳ ବାଦ୍ୟଯନ୍ତ୍ରର ଏଭଳି ସ୍ଥାପତ୍ୟ ସ୍ଥାପନା କରାଯିବାରେ ଏହା ହେଉଛି ପ୍ରଥମ ଘଟଣା ।

ଏନେଇ ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ଜନ୍ମଦିନରେ ଲତାଦିଦିଙ୍କୁ ସ୍ମରଣ କରୁଛି । ମୋର ମନେପଡୁଛି, ତାଙ୍କ ସହିତ ବହୁଥର ଆଳାପ ଆଲୋଚନା କରିବା ବେଳେ ସେ ମତେ ଅଜସ୍ର ଶ୍ରଦ୍ଧା ଅଜାଡ଼ି ପକାଉଥିଲେ । ଅଯୋଧ୍ୟାର ଗୋଟାଏ ଛକ ତାଙ୍କ ନାମାନୁସାରେ ନାମିତ ହେଉଥିବା ଜାଣି ମୁଁ ଆନନ୍ଦିତ । ଅନ୍ୟତମ ପ୍ରଖ୍ୟାତ ଭାରତୀୟ ବ୍ୟକ୍ତିତ୍ୱଙ୍କ ପ୍ରତି ଏହା ହେଉଛି ଯଥାମାନ୍ୟ ଶ୍ରଦ୍ଧାଞ୍ଜଳି ।

ତେବେ ଏହି ଅବସରରେ ଅଯୋଧ୍ୟା ନଗରୀର ରାମ କଥା ଉଦ୍ୟାନରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଲତାଜୀଙ୍କ ଜୀବନ ଉପରେ ଆଧାରିତ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଛି ।

Launching Ceremony of “AYUSHMAN BHARAT

Comments are closed.