ଭୁବନେଶ୍ୱର : ଦୁର୍ବଳ ହୋଇଛି ‘ଦାନା’ । ପ୍ରଭାବିତ ଅଞ୍ଚଳରେ ଭରିଦେଇଛି ବେଦନା । ସ୍ଥିତି ସ୍ୱାଭାବିକ ହେବାପରେ ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ । ଜିରୋ କାଜୁଆଲିଟି ସଫଳ ହୋଇଛି । ତେବେ ବାତ୍ୟା ପରେ ୨ ଦିନ ଧରି ଲଗାଣ ବର୍ଷା ସତ୍ତ୍ୱେ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ବର୍ଷା ଚିନ୍ତା ବଢ଼ାଇଛି । ଜିରୋ କାଜୁଆଲିଟି ମଣିଷ ସହ ପଶୁଙ୍କୁ କରାଯାଇଛି । ୨୨୦୦ ପ୍ରସବ ହୋଇଛି । ଭିତରକନିକା ଗଛଙ୍କୁ ଧନ୍ୟବାଦ ଗଛ ନଥିଲେ ବାତ୍ୟା ପ୍ରକୋପ ଅଧିକ ହୋଇଥାନ୍ତା । ଆଶା ଦିଦି ଇତିହାସ ରଚିଲେ । ଗତକାଲି ପ୍ରାଥମିକ ରିପୋର୍ଟ ଆସିଛି । କାର୍ଯ୍ୟରେ ଅବହେଳା ପାଇଁ ୪ ଅଧିକାରୀ ନିଲମ୍ବିତ ହୋଇଛନ୍ତି । ୩ ଜଣ PEO ଓ ଜଣେ ଆରଆଇଙ୍କୁ ସସପେଣ୍ଡ୍ କରାଯାଇଛି । ଯେଉଁମାନେ ଖିଲାଫ କରୁଛନ୍ତି କ୍ଷମା ନାହିଁ । ଭଲ କାର୍ଯ୍ୟ ପାଇଁ ପୁରସ୍କୃତ କରାଯିବ ।
ଆଜି ଏରିୟଲ ସର୍ଭେ କରାଯିବ । ଲୋକଙ୍କୁ ଥଇଥାନ କରିବା କାମରେ ଲାଗିବୁ । ଜିଲ୍ଲାପାଳ ଓ ୪ ବିଭାଗକୁ ନିର୍ଦେଶ ଦିଆଯାଇଛି ନିଖୁଣ ସର୍ଭେ ପାଇଁ । ଯାହାର କ୍ଷୟ କ୍ଷତି ହୋଇଛି ଯେମିତି ବାଦ ନ ପଡିବେ ସେଥିପ୍ରତି ଅଧିକାରୀ ଧ୍ୟାନ ଦେବେ । କ୍ଷୟ କ୍ଷତି ନ ହୋଇ ଘର ଆଂଶିକ ଓ ସମ୍ପୂର୍ଣ୍ଣ ଭାଙ୍ଗିଛି । ୨ ଟି ଟାୱାର ନଷ୍ଟ ହୋଇଛି । ଗୋଟିଏ ଗାଈ ସାପ କାମୁଡାରେ ମରିଛି । ଗୋଟିଏ ହେଲେ ଚୋରି ଓ ଅସଦାଚରଣ ର ରିପୋର୍ଟ ଆସିନି । ଚୂଡାନ୍ତ ରିପୋର୍ଟ ୭ ଦିନ ଭିତରେ ପଠାଇବୁ ।
କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରରୁ ଟିମ୍ ଆସିବେ । ୨୨ ଲକ୍ଷ ଲୋକଙ୍କୁ ବିଜୁଳି ସଂଯୋଗ ସରିଲାଣି । ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଯେଉଁମାନଙ୍କର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ୭ ଦିନ ପର୍ଯ୍ୟନ୍ତ ରିଲିଫ ସେଣ୍ଟରରେ ଲୋକ ରହିବା ପାଇଁ ବ୍ୟବସ୍ଥା ହୋଇଛି । ପଶୁମାନଙ୍କୁ ଭ୍ୟାକସିନ୍ ପାଇଁ ବ୍ୟବସ୍ଥା ହୋଇଛି । ବନ୍ୟା ପାଇଁ ମୟୂରଭଞ୍ଜ ବୁଢା ବଳଙ୍ଗକୁ ନଜରରେ ରଖିଛୁ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।

Comments are closed.