ଜୟପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ

0

ଜୟପୁର: ରାଜସ୍ଥାନର ଜୟପୁରରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଜୟପୁରର ଚୋମୁ ଅଞ୍ଚଳ ସ୍ଥିତ ଜାତୀୟ ରାଜପଥ ୫୨ରେ ଆଜି ଏକ ଦ୍ରୁ୍ତଗାମୀ ଥାର୍‌ ୩ଟି ମୋଟର ସାଇକେଲ୍‌କୁ ଧକ୍କା ଦେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକମାନେ ସିକର ଜିଲ୍ଲାର ଖତୁଶ୍ୟାମ ମନ୍ଦିରରେ ଦର୍ଶନ ସାରି ଫେରୁଥିବାବେଳେ ଏଭଳି କରୁଣ ପରିଣତି ଘଟିଛି। ଚୋମୁ ଥାନା ଅଧିକାରୀ ପ୍ରଦୀପ ଶର୍ମା କହିଛନ୍ତି, ରାମପୁରା କଲଭର୍ଟ ନିକଟରେ ଆଜି ବଡ଼ି ଭୋର୍‌ ପ୍ରାୟ ୩ଟା ସମୟରେ ଏହି ଘଟଣା‌ ଘଟିଛି। ଦ୍ରୁତ ଗତିରେ ଆସୁଥିବା‌ ଏକ ଥାର୍‌ ନିୟନ୍ତ୍ରଣ ହରାଇ ଆଗରେ ଯାଉଥିବା ୩ଟି ଗାଡ଼ି ଉପରେ ମାଡ଼ି ଯାଇଥିଲା। ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଅନ୍ୟ ୬ ଜଣଙ୍କ ଶରୀରରେ ଅତି ଗଭୀର ଆଘାତ ଲାଗିଥିଲା। ପ୍ରଥମେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ। ଆହତମାନଙ୍କୁ ପ୍ରଥମେ ଚୋମୁ ସରକାରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା ଏବଂ ପ‌ରେ ସେମାନଙ୍କୁ ଜୟପୁରର ଏସଏମ୍‌ଏସ ହସ୍ପିଟାଲ୍‌ ନିଆଯାଇଥିଲା। କିନ୍ତୁ ଜଣେ ମହିଳାଙ୍କ ସ‌ମେତ ଅନ୍ୟ ୩ ଆହତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବାପରେ ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି।

Launching Ceremony of “AYUSHMAN BHARAT
Leave A Reply

Your email address will not be published.