ବାଙ୍କୀରେ ଗୋଷ୍ଠୀ ସଂଘର୍ଷ ୪ ଆହତ

ବାଙ୍କୀ : ବାଙ୍କୀ ଭଗିପୁର ଗାଁରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଟେକା ପଥର ମାଡ଼ରେ ୪ଜଣରୁ ଅଧିକ ଆହତ ହୋଇଛନ୍ତି । ଉଭୟ ପକ୍ଷରୁ ଟେକା ପଥର ମାଡ଼ ହୋଇଛି । ରାସ୍ତାରେ ଯାଉଥିବା ଲୋକମାନଙ୍କ ଉପରେ ମଧ୍ୟ ପଥର ମାଡ଼ କରିଛନ୍ତି ଦଙ୍ଗାକାରୀ ।

ଗତକାଲି ରାତିରେ ପଥରମାଡ଼ କରିଥିଲେ ଭଗିପୁର ଆଦିବାସୀ ସାହି ଯୁବକ। କଟକ-ବାଙ୍କୀ ରାସ୍ତାରେ ଯାଉଥିବା ସମସ୍ତ ଗାଡ଼ିକୁ ପଥର ମାଡ଼ କରିଥିଲେ । ଆଜି ଭଗିପୁର ଗ୍ରାମବାସୀ ଯାଇ ପଚାରିବାରୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଟେକା ପଥର ମାଡ଼ ହୋଇଥିଲା I ମୁଖ୍ୟ ରାସ୍ତାରେ ଟେକା ପଥର ଓ ବୋତଲ ମାଡ ହେବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏଥିରେ ୪ଜଣରୁ ଅଧିକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଏବେବି ଉତେଜନା ଲାଗି ରହିଛି। କଟକ ବାଙ୍କୀ ରାସ୍ତା ଅବରୋଧ ହୋଇଛି । ତେବେ ଗୋଷ୍ଠୀ ସଂଘର୍ଷର କାରଣ ଏବେ ବି ଅସ୍ପଷ୍ଟ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

Govt

Comments are closed.