୧୬ ମାସ ମଧ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାରେ ୩୮୭,୮୧୯ ଜଣ ନୂତନ ହିତାଧିକାରୀ

ଭୁବନେଶ୍ୱର : ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଡି ହେଉଛନ୍ତି ନୂତନ ହିତାଧିକାରୀ । ଏନେଇ ବୁଧବାର ବିଧାନସଭାରେ ତଥ୍ୟ ରଖିଛନ୍ତି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ନୂତନ ତଥ୍ୟ ଅନୁସାରେ ଗତ ୧୬ ମାସ ମଧ୍ୟରେ ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଜନାରେ ମୋଟ ୩୮୭,୮୧୯ ଜଣ ନୂତନ ହିତାଧିକାରୀଙ୍କୁ ଯୋଡାଯାଇଛି। ବିଜେପି ବିଧାୟର ଶ୍ରୀ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଏକ ଲିଖିତ ଉତ୍ତରରେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ରାଜ୍ୟ ବିଧାନସଭାରେ ସୂଚନା ଦେଇଛନ୍ତି ଯେ ଜୁନ୍ ୨୦୨୪ ରୁ ସେପ୍ଟେମ୍ବର ୨୦୨୫ ମଧ୍ୟରେ ହିତାଧିକାରୀଙ୍କୁ ଯୋଡାଯାଇଛି ।

ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ଅନ୍ତୋଦୟ ଶ୍ରେଣୀରେ ୧୨,୩୬,୩୦୨ ପରିବାରର ୩୫,୧୨,୯୦୭ ସଦସ୍ୟ ଏବଂ ଅଗ୍ରାଧିକାର ପରିବାର ଶ୍ରେଣୀରେ ୮୫,୦୩,୮୧୨ ପରିବାରର ୨,୯୦,୭୫,୯୭୨ ସଦସ୍ୟ, ସର୍ବମୋଟ ୯୭,୪୦,୧୧୪ ପରିବାରର ୩,୨୫,୮୮,୮୭୯ ସଦସ୍ୟଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଇଛି ।

Launching Ceremony of “AYUSHMAN BHARAT

Comments are closed.