ଛଟ ପୂଜା ପ୍ରସାଦ ତିଆରି ବେଳେ ଅଘଟଣ,ଅଗ୍ନିକାଣ୍ଡ ଘଟି ୩୫ ଜଣ ଗୁରୁତ୍ତର

ବିହାର: ବିହାରର ଔରଙ୍ଗାବାଦ ଜିଲ୍ଲାରେ ଘଟିଯାଇଛି ବଡ଼ ଅଘଟଣ I ଛଟ୍ ପୂଜା ପ୍ରସାଦ ତିଆରି ଚାଲିଥିବାବେଳେ ସିଲିଣ୍ଡର ଲିକ ହୋଇ ଘଟି ଯାଇଛି ବଡ଼ ଧରଣର ଅଗ୍ନିକାଣ୍ଡ I ଏଥିରେ ପୋଡି ହୋଇ ୭ ଜଣ ପୋଲିସ କର୍ମଚାରୀଙ୍କ ସମେତ ୩୫ ଜଣ ଆହତ ହୋଇଛନ୍ତି I ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଔରଙ୍ଗାବାଦର ମର୍ଫି ରେଡ଼ିଓ ଗଳିରେ ଏକ ଦୁଇ ମହଲା କୋଠା ଘରେ ଜଣେ ମହିଳା ପ୍ରସାଦ ତିଆରି କରୁଥିଲେ I ଏହି ସମୟରେ ଅଚାନକ ସିଲିଣ୍ଡରରେ ବିସ୍ଫୋରଣ ଘଟିଥିଲା I ନିଆଁ ଚତୁର୍ଦିଗରେ ବ୍ୟାପି ଯିବାରୁ ଅନେକ ଲୋକ ପୋଡି ହୋଇ ଆହତ ହୋଇଥିଲେ I ସଂପୃକ୍ତ ଅଞ୍ଚଳରେ ନିଆଁ ଲାଗିବା ପରେ ସ୍ଥାନୀୟ ଲୋକ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିବା ବେଳେ ସେମାନଙ୍କ ମଧ୍ୟରୁ ବି ୭ ଜଣଙ୍କ ଦେହରେ ନିଆଁ ଲାଗିବା ପରେ ସେମାନେ ଆହତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି।

Govt

Comments are closed.