ପାଟନା: ଜେଡିୟୁ, ଆରଜେଡି, କଂଗ୍ରେସ ଏବଂ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା ବା ହମ୍ ପାର୍ଟିର ୩୧ ଜଣ ବିଧାୟକ ଆଜି ବିହାର ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ମହାଗଠବନ୍ଧନ ସରକାରର ବିହାର କ୍ୟାବିନେଟ ସମ୍ପ୍ରସାରଣ କାର୍ଯ୍ୟକ୍ରମ ଏବେ ଚାଲିଛି । ସମସ୍ତ ବିଧାୟକଙ୍କୁ ରାଜ୍ୟପାଳ ଫଗୁ ଚୌହାନ୍ ଶପଥ ପାଠ ଗ୍ରହଣ କରାଇଛନ୍ତି ।

ଆରଜେଡି ମୁଖିଆ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ଶପଥ ପାଠ ଗ୍ରହଣ କରି ପୁଣି ଥରେ ମନ୍ତ୍ରୀ ପଦ ପାଇଛନ୍ତି । ଆରଜେଡିରୁ ୧୬ଜଣ, ଜେଡିୟୁରୁ ୧୧ ଜଣ, କଂଗ୍ରେସରୁ ଦୁଇଜଣ, ହମ୍ରୁ ଜଣେ ଏବଂ ଜଣେ ସ୍୍ୱାଧୀନ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ସର୍ବପ୍ରଥମେ ଆରଜେଡିରୁ ବିଜୟ ଚୌଧୁରୀ, ବିଜେନ୍ଦ୍ର ପ୍ରସାଦ ଯାଦବ, ତେଜ ପ୍ରତାପ ଯାଦବ, ଆଫାକ ଆଲାମ ଏବଂ ଆଲୋକ ମେହେଟା ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଏହାପରେ ଜେଡିୟୁର ଅଶୋକ ଚୌଧୁରୀ, ଶ୍ରବଣ କୁମାର, ଆରଜେଡିର ରାମାନନ୍ଦ ଯାଦବ, ସୁରେନ୍ଦ୍ର କୁମାର ଯାଦବ ଏବଂ ଲେଶି ସିଂ ଶପଥ ନେଇଥିଲେ ।

ତୃତୀୟ ରାଉଣ୍ଡରେ ପୁଣି ପାଞ୍ଚ ଜଣ ବିଧାୟକ ଶପଥ ନେଇଛନ୍ତି । ଏହି ପାଞ୍ଚଜଣ ବିଧାୟକଙ୍କ ମଧ୍ୟରେ ମଦନ ସାହନି, ଲଲିତ ଯାଦବ, ସଞ୍ଜୟ ଝା, ସନ୍ତୋଷ ସୁମନ ଏବଂ କୁମାର ସରବଜିତ ରହିଛନ୍ତି । ଚତୁର୍ଥ ରାଉଣ୍ଡରେ ଶୀଲା ମଣ୍ଡଳ, ସୁମିତ ସିଂ, ସୁନୀଲ କୁମାର, ଚନ୍ଦ୍ରଶେଖର ଏବଂ ସମୀର ମହାସେଠ ଶପଥ ନେଇଛନ୍ତି ।
ପଞ୍ଚମ ରାଉଣ୍ଡରେ ଅନୀତା ଦେବୀ, ଜେଡିୟୁ ବିଧାୟକ ଜମା ଖାନ, ଆରଜେଡି ନେତା ଜିତେନ୍ଦ୍ର ରାୟ, ଜଗଦାନନ୍ଦ ସିଂଙ୍କ ପୁଅ ସୁଧାକର ସିଂ ଏବଂ ଜୟନ୍ତ ରାଜ ଶପଥ ପାଠ ଗ୍ରହଣ କରିଛନ୍ତି ।

Comments are closed.