ଝାଡ଼ାବାନ୍ତିରେ ୩ ଜଣଙ୍କ ମୃତ୍ୟୁ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ବ୍ୟାପୁଛି ଝାଡ଼ାବାନ୍ତି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚେପଟିଅମ୍ବା ଗ୍ରାମରେ ଝାଡ଼ାବାନ୍ତିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଗାଁରେ ମେଡିକାଲ ଟିମ୍ ପହଞ୍ଚି ଲୋକମାନଙ୍କର ଚିକିତ୍ସା ଜାରି ରଖିଛନ୍ତି । ଏହି ଘଟଣା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ପୂର୍ବରୁ ଗ୍ରାମରେ ଝାଡ଼ାବାନ୍ତି ଆକ୍ରାନ୍ତରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ସକାଳେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଦୂଷିତ ପାଣି ପିଇ ଚେପଟିଅମ୍ବା ଗ୍ରାମରେ ଲୋକମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି ବୋଲି ସୂଚନା ମିଳିଛି । ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ଘଟଣାସ୍ଥଳରେ ପହଁଚି ସ୍ଥିତି ଉପରେ ଅନୁଧ୍ୟାନ କରୁଛନ୍ତି ।

Govt

Comments are closed.