ରାମନବମୀ ଯାତ୍ରା ଦେଖି ଫେରୁଥିବାବେଳେ ବାଇକ ଦୁର୍ଘଟଣାରେ ୩ ମୃତ

ଓଡ଼ଗାଁ: ରାମ ନବମୀ ଯାତ୍ରା ଦେଖା ହେଲା କାଳ I ଯାତ୍ରା ଦେଖି ଫେରୁଥିବାବେଳେ ଭାରସାମ୍ୟ ହରାଇ ବାଇକ ଟି ଗଛରେ ପିଟି ହେଇ ଯିବାରୁ ୩ ବାଇକ ଆରୋହୀଙ୍କ ମୃତ୍ୟୁ I ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି କୋମଣ୍ଡ ପଥରାସ୍ଥିତ ବୃଦ୍ଧାଶ୍ରମ ନିକଟରେ I ମୃତକ ୩ ଜଣ ହେଲେ ରୋହିବାଙ୍କ ପଞ୍ଚାୟତ ମହେଶ୍ବରପୁର ଗ୍ରାମ ସ୍କୁଲ ସାହିର ମାଧବ ପ୍ରଧାନ(୨୦) , ସୂର୍ଯ୍ୟକାନ୍ତ ପ୍ରଧାନ (୧୯), ରାଜେଶ ନାୟକ (୧୯) ।

ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଉଦ୍ଧାର କରି ୩ ଗୁରୁତରଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବାବେଳେ ସୂର୍ଯ୍ୟକାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରାଜେଶ ଓ ମାଧବଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିଲା। ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି।

Launching Ceremony of “AYUSHMAN BHARAT

Comments are closed.