ଝାଡ଼ଖଣ୍ଡର ଜାମତାରା ଗ୍ୟାଙ୍ଗରଙ୍କୁ ଧରିଲା ଓଡ଼ିଶା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଜାନୁଆରୀ ୨୯: ଓଡ଼ିଶାର କ୍ରାଇମବ୍ରାଞ୍ଚ ଜାମତାରା ଗ୍ୟାଙ୍ଗରଙ୍କୁ ଧରିବାରେ ସଫଳତା ହାସ କରିଛି । ଏହି ଗ୍ୟାଙ୍ଗ ବିଭିନ୍ନ ରାଜ୍ୟରେ ଫେକ୍‌ ଫୋନ୍‌ କଲ୍‌ କରି ଏବଂ ବିଭିନ୍ନ ଆପ୍‌ ମାଧ୍ୟମରେ ଲୋକଙ୍କଠାରୁ ଟଙ୍କା ହଡ଼ପ କରୁଥିଲେ ।

ଆଜି ଓଡ଼ିଶା କ୍ରାଇମବ୍ରାଞ୍ଚଙ୍କ ହାତରେ ଗ୍ୟାଙ୍ଗର ୩ ଜଣ ସଦସ୍ୟ ଧରାପଡ଼ିଛନ୍ତି । କ୍ରାଇମବ୍ରାଞ୍ଚ ଏହି ୩ଜଣଙ୍କୁ ରାଜଧାନୀରୁ ଗିରଫ କରିଥିବାର ସୂଚନା ମିଳିଛି । ଭୁବନେଶ୍ୱରରେ ହବ୍‌ କରି ସେମାନେ ଗ୍ୟାଙ୍ଗରେ ନୂଆ ପିଲାଙ୍କୁ ସାମିଲ କରିବା ପାଇଁ ପ୍ଲାନ୍‌ କରୁଥିଲ । କ୍ରାଇମବ୍ରାଞ୍ଚର ଚଢ଼ାଉ ସମୟରେ ଗ୍ୟାଙ୍ଗର କିଛି ସଦସ୍ୟ ଖସି ପଳାଯାଇଥିବା ଜଣାଯାଇଛି ।

ଏହି ଗ୍ୟାଙ୍ଗରମାନେ ଦେଶର ଅଧିକାଂଶ ସାଇବର ଠକେଇ ମାମଲାରେ ଜଡ଼ି ରହିଛନ୍ତି । ହୋମ୍‌ ଲୋନ, ଷ୍ଟଡ଼ି ଲୋନ୍‌ , ଗୋଲï ଲୋନ୍‌ ଆଦି ଲୋଭ ଦେଖାଇ ଲୋକଙ୍କୁ ଠକୁଥିଲେ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅନେକ ରାଜନେତା, ବ୍ୟବସାୟିକ ଜାମତାରା ଗ୍ୟାଙ୍ଗର ଶିକାର ହୋଇଛନ୍ତି । ନିକଟରେ ଏହି ଗ୍ୟାଙ୍ଗ କୋଲକାତା ଏବଂ ହାଇଦ୍ରାବାଦରେ ଏକ ବଡ଼ ସାଇବର ଠକେଇ କରି ଧରା ପଡ଼ିଥିଲେ । ଆଉ ଏବେ ଏହି ଠକେଇ ଘଟଣା ବାବଦରେ ଆମେରିକା ପାଖରେ ଖବର ପହଞ୍ଚିଛି ।

Govt

Comments are closed.